Latest Odisha News

BREAKING NEWS

ଲଜ୍ଜା: ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଫେବୃଆରୀ ୧୦ ତାରିଖରେ ପଙ୍କପାଳ ଅଞ୍ଚଳର ଜିତୁ ସେଠୀ (୨୫) ନିକଟସ୍ଥ ପାଇକସ୍ତା ଅଂଚଳର ଜନୈକା ନାବାଳିକାଙ୍କୁ ରାହାମା ମକର ଯାତ୍ରା ଦେଖାଇବାକୁ ନେଇଥିଲେ । ସେଠାରେ ତାକୁ ଯାତ୍ରା ବୁଲାଇବା ବାହାନାରେ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବାର ଅଶ୍ଳୀଳ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଉଠାଇ ମୋବାଇଲରେ ରେକର୍ଡ଼ କରିନେଇଥିଲେ ଅଭିଯୁକ୍ତ ଯୁବକ । ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ଏହା ଉଲ୍ଲେଖ କରାଯାଇଛି ।

ଏସମ୍ପର୍କରେ ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ କୁଜଙ୍ଗ ଥାନା ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏନେଇ ଥାନାରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୧/୨୦୨୦, ୩୬୫, ୩୭୬ (କ), ୫୦୬, ୩୨୮ ୪ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ତଦନ୍ତକାରୀ ଅଫିସର ଶୁଭ୍ରଜିତ ଦାଶ ପ୍ରକାଶ କରିଛନ୍ତି ।

ଅଭିଯୁକ୍ତ ଜଣକଙ୍କୁ ପୋଲିସ କୋର୍ଟକୁ ଚାଲାଣ କରିଥିବା ବେଳେ ଅଦାଲତ ତାଙ୍କର ଜାମିନ ନାମଞ୍ଜୁର କରିଦେଇଛନ୍ତି । ଜାମିନ ନମିଳିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା କୁଜଙ୍ଗ ଥାନା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.