Latest Odisha News

BREAKING NEWS

ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ, ସନ୍ନ୍ୟାସ (ଅବସର) ନେବା ପୂର୍ବରୁ ସେ ରୋହିତ ଶର୍ମାଙ୍କୁ ତାଙ୍କ ବୟସଠାରୁ ଅଧିକ ଶତକ ହାସଲ କରୁଥିବାର ଦେଖିବାକୁ ଚାହାଁନ୍ତି । ରୋହିତ ଏପର‌୍ୟ୍ୟନ୍ତ ଏକଦିବସୀୟ  କ୍ରିକେଟ୍‌ରେ ୩୫ଟି ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ କ୍ୟାପ୍ଟେନ୍ ସାଇ ହୋପ୍‌‌ଙ୍କ ଅପରାଜିତ ୧୬୨ ରନ୍‌ର ପାରି ବଳରେ ଭ୍ରମଣକାରୀ ଦଳ ୩୫୨ ରନ୍‌ର ବିଶାଳ ଲକ୍ଷ୍ୟକୁ ହାସଲ କରିଥିଲା, ହେଲେ ଭାରତୀୟ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌କୁ ୨-୧ରେ ନିଜ ନାମରେ କରିଛି । ଗାଭାସ୍କର କହିଛନ୍ତି ଯେ ରୋହିତ ଶତକରୁ ମାତ୍ର ୮ ରନ୍ ଦୂରରେ ଆଉଟ୍ ହେବାରୁ ସେ କାହିଁକି ନିରାଶ ହୋଇଥିଲେ । ରୋହିତ ୯୨ ରନ୍‌ରେ ଆଉଟ୍ ହେବାରୁ ମୋତେ ନିରାଶା ଲାଗିଥିଲା, କାରଣ ସେ ଶତକ କରିପାରିଲେ ନାହିଁ । ୨୦୨୭ ପୁରୁଷ କ୍ରିକେଟ୍ ବିଶ୍ୱକପ୍ ପରେ ସେ ହୁଏତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇପାରନ୍ତି । ମୁଁ ବ୍ୟକ୍ତିଗତ ଭାବେ ଚାହେଁ ଯେ ଯେତେବେଳେ ସେ ସନ୍ନ୍ୟାସ ନେବେ, ସେତେବେଳେ ତାଙ୍କ ଦିନିକିଆ ଶତକ ସଂଖ୍ୟା ତାଙ୍କ ବୟସଠାରୁ ଅଧିକ ହୋଇଥାଉ ।

ସେ ଆହୁରି କହିଛନ୍ତି, \”ଯଦି ସେ ତୃତୀୟ ଦିନିକିଆରେ ଶତକ କରିଥାନ୍ତେ, ତେବେ ସେ ନିଜର ୩୬ତମ ଶତକ ସହ ଏହି ସଫଳତାର ଆହୁରି ନିକଟତର ହୋଇପାରିଥାନ୍ତେ । ମୋ ପାଇଁ, ଜଣେ ଖେଳାଳିଙ୍କ ଅବସର ସମୟରେ ଶତକ ସଂଖ୍ୟା ତାଙ୍କ ବୟସଠାରୁ ଅଧିକ ହେବା ଏକ ବଡ଼ କଥା । ଏହା ତାଙ୍କ କ୍ୟାରିୟର୍ ଏବଂ ମାନଦଣ୍ଡକୁ ଦର୍ଶାଏ । ନିଜ ଆନ୍ତର୍ଜାତୀୟ କ୍ରିକେଟ୍‌ର ଶେଷ ବର୍ଷରେ, ମୁଁ ମଧ୍ୟ ମୋ ବୟସ (୩୮) ସହ ସମାନ ସଂଖ୍ୟକ ଟେଷ୍ଟ ଶତକ କରିବାକୁ ଚାହୁଁଥିଲି, କିନ୍ତୁ ମୁଁ ତିନିଥର ୯୦ ରନ୍‌ରେ ଆଉଟ୍ ହୋଇଯାଇଥିଲି ।   ୨୦୨୩ ବିଶ୍ୱକପ୍‌ରେ ସେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲେ, ଯେଉଁଥିରେ ଶୀଘ୍ର ଆଉଟ୍ ହେବାର ରିସ୍କ ଥିଲା । ଏବେ ସେ ବୁଝିପାରୁଛନ୍ତି ଯେ ତାଙ୍କ ୱିକେଟ୍ କେତେ ମୂଲ୍ୟବାନ । ସେ କେବଳ ୩୦-୪୦ ରନ୍ କରିବା ଭଳି ବ୍ୟାଟର ନୁହଁନ୍ତି, ସେ ବଡ଼ ଶତକ ମାରୁଥିବା ଖେଳାଳି ! ତେଣୁ ସେ ବଡ଼ ରନ୍ କଲେ ମୋତେ ଖୁସି ଲାଗେ । ଯଦି ସେ ବଡ଼ ସ୍କୋର୍ କରନ୍ତି, ତେବେ ୭୦-୮୦ ବଲ୍‌ରେ ଶତକ କରିନିଅନ୍ତି, ଯାହା ୫୦ ଓଭର ମ୍ୟାଚ୍‌‌ରେ ଟିମ୍ ପାଇଁ ଖୁବ୍ ଫାଇଦାଯୁକ୍ତ ହୋଇଥାଏ ।

Leave A Reply

Your email address will not be published.