Latest Odisha News

BREAKING NEWS

୧୫ରେ ପରଦାକୁ ଆସିବ ‘ଜେଲର୍‌-୨’; ଟ୍ରେଲରରେ ରଜନୀକାନ୍ତଙ୍କ ଦମଦାର ଝଲକ୍

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର୍‌-୨’ର ଟ୍ରେଲର ରିଲିଜ ହୋଇଛି। ପୁଣି ଥରେ ‘ଟାଇଗର’ ମଥୁଭେଲ ପାଣ୍ଡିଆନ ଭୂମିକାରେ ପରଦାକୁ ଫେରୁଛନ୍ତି ରଜନୀକାନ୍ତ । ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଜେଲର୍’ର ସିକ୍ୱେଲ । ‘ଜେଲର୍‌-୨’ ଟ୍ରେଲରରେ ଭରପୂର ଆକ୍ସନ୍ ସହ ବହୁ ନାମିଦାମି କଳାକାରଙ୍କୁ ଦେଖିବାକୁ ମିଳିବ ।

ଟ୍ରେଲ୍‌ରେ ରଜନୀକାନ୍ତଙ୍କ ଷ୍ଟାଇଲିସ୍ ଏଣ୍ଟ୍ରି ଠାରୁ ଆରମ୍ଭ କରି ସଂଘର୍ଷକୁ ଦେଖାଯାଇଛି। ଟ୍ରେଲରଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ  ଉତ୍ସାହ ବଜାୟ ରଖିଛି। ଏଥିରେ ପୁରୁଣା ଚରିତ୍ର ଗୁଡ଼ିକର ଫେରିବାର ଝଲକ ମଧ୍ୟ ଦେଖିବାକୁ ମିଳିଛି।

ଟ୍ରେଲରଟି ଏକ ରହସ୍ୟମୟ ଶକ୍ତି ବିଷୟରେ ଆଲୋଚନା ସହିତ ଆରମ୍ଭ ହୁଏ, ଯାହା କିଛି ଧ୍ୱଂସାତ୍ମକ ଘଟଣା ପାଇଁ ଦାୟୀ। ଖୁବ୍ ଶୀଘ୍ର ରଜନୀକାନ୍ତ ‘ଟାଇଗର’ ମଥୁଭେଲ୍ ପାଣ୍ଡିଆନ୍ ଭାବରେ ଏଣ୍ଟ୍ରି କରନ୍ତି ଏବଂ ସ୍ପଷ୍ଟ କରନ୍ତି ଯେ ଅବସରପ୍ରାପ୍ତ ଜେଲର୍ ପୁଣିଥରେ ଏକ ବିପଜ୍ଜନକ ପରିସ୍ଥିତିରେ ଛନ୍ଦି ହୋଇପଡ଼ୁଛନ୍ତି।

ଟ୍ରେଲରରୁ ସ୍ପଷ୍ଟ ହେଉଛି ଯେ ‘ଜେଲର୍ ୨’ରେ ‘ଆଲ୍ପସ୍’ ନାମକ ଏକ ନୂତନ ଶତ୍ରୁ ଗୋଷ୍ଠୀ ବିଷୟରେ ଉଲ୍ଲେଖ ରହିଛି।ନେଲସନ ଦିଲୀପ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଲିଖିତ ‘ଜେଲର୍ ୨’କୁ ସନ୍ ପିକ୍ଚର୍ସ ପ୍ରଯୋଜନା କରୁଥିବା ବେଳେ ଅନିରୁଦ୍ଧ ରବିଚନ୍ଦର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅନୁଯାୟୀ, ବିଜୟ ସେତୁପତି ଏବଂ ହ୍ରିତିକ୍ ରୋଶନ୍ ମଧ୍ୟ ଏହି ସିକ୍ୱେଲ୍ ସହ ଜଡ଼ିତ ଅଛନ୍ତି, କିନ୍ତୁ ଟ୍ରେଲରେ ସେମାନଙ୍କୁ ଦେଖିବାକୁ ମିଳିନାହିଁ।

ଫିଲ୍ମରେ ଏସ୍‌.ଜେ ସୂର୍ଯ୍ୟା, ବିଦ୍ୟା ବାଲାନ, ମିଥୁନ ଚକ୍ରବର୍ତ୍ତୀ ଓ ସୂରଜ ବେଞ୍ଚାରମୂଡ଼ୁଙ୍କ ଅଭିନୟ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ‘ଜେଲର୍-୨’ ଅକ୍ଟୋବର ୧୫ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି।

Leave A Reply

Your email address will not be published.