Latest Odisha News

BREAKING NEWS

ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ମାନସିକ ପରିବର୍ତ୍ତନ, ଭୁଲ୍ ଏବଂ ଅତୀତର କଠିନ ସମୟ ବିଷୟରେ  ୱିକେଟକିପର-ବ୍ୟାଟର ଇଶାନ କିଶନ ଖୋଲାଖୋଲି ଆଲୋଚନା କରିଛନ୍ତି । ୨୦୨୩ ଶେଷ ଆଡ଼କୁ ଟିମ୍‌ରୁ ବାହାରିବା ଏବଂ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ହରାଇବା ପରେ, ସେ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଜାତୀୟ ଦଳକୁ ଫେରିଛନ୍ତି । ଇଶାନ କହିଛନ୍ତି ଯେ ଦଳରୁ ବାହାରେ ରହିବା ସମୟରେ ସେ ନିଜର ଭୁଲକୁ ବୁଝିପାରିଥିଲେ । ସେହି ସମୟରେ ସେ ଧୈର‌୍ୟ୍ୟ ରଖି ନିଜର ଫିଟନେସ, ବ୍ୟାଟିଂ ଏବଂ ଘରୋଇ କ୍ରିକେଟ  ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ ।  ଦଳକୁ ଫେରିବା ପରେ ଇଶାନ କହିଛନ୍ତି ଯେ, ଆଗକୁ ପୁଣି ଡ୍ରପ୍ ହେଲେ କ’ଣ ହେବ, ସେକଥା ମୁଁ ଆଉ ଭାବୁନାହିଁ ।

ଏବେ ମୋର ମୁଖ୍ୟ କାମ ହେଉଛି କ୍ରିକେଟକୁ ଉପଭୋଗ କରିବା ଏବଂ ଦଳର ବିଜୟରେ ଯୋଗଦାନ ଦେବା । ଦୁଇ ବର୍ଷ ତଳେ ତାଙ୍କର ଚିନ୍ତାଧାରା ଅଲଗା ଥିଲା । କେବଳ ଛକା ମାରିବା ନୁହେଁ, ପରିସ୍ଥିତି ଅନୁସାରେ କ୍ରିଜ୍‌ରେ ତିଷ୍ଠି ରହି ସିଙ୍ଗଲ୍ସ-ଡବଲ୍ସ ନେବା ଏବଂ ଦଳ ପାଇଁ ସ୍ମାର୍ଟ କ୍ରିକେଟ ଖେଳିବା କେତେ ଜରୁରୀ, ତାହା ସେ ବୁଝିପାରିଛନ୍ତି । ଅନ୍ୟ ପଟେ ଥିବା ବ୍ୟାଟର (ଯେପରି ଶ୍ରେୟସ ଆୟର) ଭଲ ଫର୍ମରେ ଥିଲେ, ନିଜେ ଶାନ୍ତ ରହି ସପୋର୍ଟିଂ ରୋଲ୍ ତୁଲାଇବାରେ ତାଙ୍କର କୌଣସି ଦ୍ୱିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.