Latest Odisha News

BREAKING NEWS

ପାର୍ବଣରେ ବଡ଼ ନିଷ୍ପତ୍ତି: ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଏଥି ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିଛନ୍ତି।

ପାର୍ବଣ ଋତୁରେ ଏହି ପର୍ବ ଗୁଡ଼ିକର ସାମାଜିକ ଓ ସାଂସ୍କୃତିକ ମହତ୍ୱ ଓ ଜନସାଧାରଣଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଅବଧି ଚଳିତ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏଥିସହିତ ପୂଜା କମିଟି ଗୁଡିକୁ ଶାନ୍ତି ଶୃଙ୍ଖଳା ଓ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.