Latest Odisha News

BREAKING NEWS

୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ଭିଡିଓକୁ ନେଇ ବର୍ତ୍ତମାନ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓ ପ୍ରସଙ୍ଗରେ ବିଜେପି ଆକ୍ରମଣ କରିଥିବାବେଳେ ଡି.କେ. ଶିବକୁମାର ସ୍ପଷ୍ଟୀକରଣ ଦେଇ ଦାବିକୁ ଖାରଜ କରିଛନ୍ତି। ଅକ୍ଟୋବର ୧୨ ସୋମବାର ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ଏହି ଭିଡିଓଟି ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀଙ୍କୁ ଘେରି ରହିଥିବା ଲୋକଙ୍କ ମଧ୍ୟରେ ହାତାହାତି ହେଉଛନ୍ତି।

ଭିଡିଓରେ ରାହୁଲ ଗାନ୍ଧୀ ଲୋକଙ୍କ ଭିଡ଼ ମଧ୍ୟରେ ଆଗକୁ ବଢ଼ୁଥିବାର ଦେଖାଯାଉଛି। ତାଙ୍କ ପାଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଦେଖାଯାଉଛନ୍ତି। ଭାରତୀୟ ଜନତା ପାର୍ଟି (BJP) ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଦାବି କରିଛି ଯେ, ଶୋଭାଯାତ୍ରା ସମୟରେ ରାହୁଲ ଗାନ୍ଧୀ, ଡିକେ ଶିବକୁମାରଙ୍କ କଲର ବା କୁର୍ତ୍ତା ଧରି ତାଙ୍କୁ ପଛକୁ ଠେଲି ଦେଇଛନ୍ତି ଏବଂ ତାଙ୍କୁ ସର୍ବସାଧାରଣରେ ଅପମାନିତ କରିଛନ୍ତି। ଏହାକୁ କର୍ଣ୍ଣାଟକର ଆତ୍ମସମ୍ମାନ ପ୍ରତି ଏକ ଆଘାତ ବୋଲି ବିଜେପି ନେତାମାନେ ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କୁ ଆଦୌ ଠେଲି ନାହାନ୍ତି କିମ୍ବା ଅପମାନିତ କରିନାହାନ୍ତି। ସେଠାରେ ପ୍ରବଳ ଭିଡ଼ ଥିବାରୁ ରାହୁଲ ଗାନ୍ଧୀ କେବଳ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ସେଥିପାଇଁ ତାଙ୍କୁ ସାବଧାନ ରହି ଗାଡ଼ି ଭିତରକୁ ଯିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ବିଜେପି ମିଥ୍ୟା ପ୍ରଚାର କରୁଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.