ଦଶପଲ୍ଲା:ଦଶପଲ୍ଲା ବନାଞ୍ଚଳରେ ଗତକାଲି ବାରହା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବାଣୀଗୋଛା ଥାନା ଅଧୀନସ୍ଥ ଦୁଡା ପଞ୍ଚାୟତ କନଡି ଗ୍ରାମର ବାବୁଲା ନାୟକ। ନାଗେଶ୍ଵର ସାହିରେ ସଙ୍ଗାତ ଘରକୁ ଯାଉଥିଲେ ବାବୁଲା। ସେହି ଯିବା ବାଟରେ କିଛି ଦୁର୍ବୃତ୍ତ ବାରହା ଶିକାର ପାଇଁ ଫାଶ ବିଛେଇ ଥିଲେ । ବାବୁଲା ସେହି ଫାଶରେ ପଡ଼ିଯାଇଥିଲେ। ସେ ଚିତ୍କାର କରିଥିଲେ ମଧ୍ୟ କେହି ପାଖ ମାଡ଼ି ନଥିଲେ। ଶେଷରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଛି।
ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଓ ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସୂଚନାନୁସାରେ ବନ ବିଭାଗ ଆଖିରେ ଧୂଳି ଦେଇ ଦିନକୁ ଦିନ ଜଙ୍ଗଲି ଜନ୍ତୁ ଶିକାର ପାଇଁ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।

