ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଛକ ନିକଟ ଏକ ଟ୍ରକ୍ରୁ ବିପୁଳ ଗଂଜେଇ ଜବତ । କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ୧.୫ ଟନ୍ ଗଂଜେଇ ଜବତ କରାଯାଇଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ମୁତାବକ ଶନିବାର ଏକ ଟ୍ରକ୍ରେ ଗଂଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏହା ପରେ ବାଣୀଗୋଛା ନିକଟ ଏକ ଢ଼ାବା ସାମ୍ନାରେ ଟ୍ରକ୍କୁ ଅଟକାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଟ୍ରକ୍ରେ ଡାଲା ଭିତରେ ତଳେ ବସ୍ତା ବସ୍ତା ଗଂଜେଇ ଓ ତା’ ଉପରେ କାଠ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଜବତ ଗଂଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି ।
BREAKING NEWS
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP

Comments are closed.