Latest Odisha News

BREAKING NEWS

ପ୍ରଥମ ଏସଏଫଆଇ ସର୍ଟ କୋର୍ସ ନ୍ୟାସନାଲ ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬: ୬ଟି ପଦକ ଜିତି ଚମକିଲେ ଓଡ଼ିଶା ସନ୍ତରଣକାରୀ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦଠାରେ ଅକ୍ଟୋବର ୨୫ରୁ ୨୮ ପର‌୍ୟ୍ୟନ୍ତ ଆୟୋଜିତ ୧ମ ଏସଏଫଆଇ ସର୍ଟ କୋର୍ସ ନ୍ୟାସନାଲ ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬ରେ ଓଡ଼ିଶାର ସନ୍ତରଣକାରୀମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ଦଳ ମୋଟ ୬ଟି ପଦକ (୪ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଏବଂ ୧ଟି କାଂସ୍ୟ) ନିଜ ନାମରେ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଓଡ଼ିଶା ଆଇଆଇଏସ ଜେଏସଡବ୍ଲ୍ୟୁ ସ୍ୱିମିଂ ହାଇ ପରଫରମାନ୍ସ ସେଣ୍ଟରର ତାରକା ସନ୍ତରଣକାରୀ ପ୍ରତ୍ୟାଶା ରାୟ ମହିଳା ୫୦ ମିଟର ବ୍ୟାକଷ୍ଟ୍ରୋକ (୨୯.୦୬ ସେକେଣ୍ଡ), ୧୦୦ ମିଟର ବ୍ୟାକଷ୍ଟ୍ରୋକ ୧: ୦୨.୨୧ ସେକେଣ୍ଡ , ୨୦୦ ମିଟର ବ୍ୟାକଷ୍ଟ୍ରୋକ (୨:୧୬.୨୦ ସେକେଣ୍ଡ) ୩ଟି ସ୍ୱର୍ଣ୍ଣ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଉଭା ହୋଇଛନ୍ତି । ପ୍ରତ୍ୟାଶା ରାୟ, ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ସୃଷ୍ଟି ଉପାଧ୍ୟାୟ ଏବଂ ସୋନିଆ ପଟେଲଙ୍କୁ ନେଇ ଗଠିତ ୪ ଗୁଣନ୧୦୦ ମିଟର ମେଡ୍‌ଲେ ରିଲେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ପ୍ରତ୍ୟାଶା ରାୟ, ସୃଷ୍ଟି ଉପାଧ୍ୟାୟ, ଅଂଶିକା ଏବଂ ସୋନିଆ ପଟେଲ ୪:୦୩.୫୦ ସେକେଣ୍ଡ ସମୟ ସହ ୪ ଗୁଣନ ୧୦୦ ମିଟର ଫ୍ରିଷ୍ଟାଇଲ୍ ରିଲେ ରୌପ୍ୟ ପଦକ ଜିତିଛନ୍ତି ।  ମହିଳା ୧୦୦ ମିଟର ବଟରଫ୍ଲାଇ ବିଭାଗରେ ସୃଷ୍ଟି ସୃଷ୍ଟି ଉପାଧ୍ୟାୟ୧:୦୩.୦୨ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି । ଏହି ବଡ଼ ସଫଳତା ପଛରେ ଓଡ଼ିଶା ହାଇ ପରଫରମାନ୍ସ ସେଣ୍ଟରର ଟେକ୍ନିକାଲ୍ ଡାଇରେକ୍ଟର ଡଗଲାସ୍ ଇଗର, କୋଚ୍ ଯୁର୍ବେଶ ଦୁବେ ଏବଂ ହେଡ୍ ଅଫ୍ ଅପରେସନ୍ସ ଶଚୀକାନ୍ତ କୁମାରଙ୍କ ନିଷ୍ଠାପର ତାଲିମ୍ ଓ ମାର୍ଗଦର୍ଶନ ରହିଛି । ଏହା ସହିତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ନିରନ୍ତର ସହଯୋଗ ଯୋଗୁଁ ରାଜ୍ୟର ସନ୍ତରଣକାରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରୁଛନ୍ତି ।

Leave A Reply

Your email address will not be published.