Latest Odisha News

BREAKING NEWS

ବଢୁଛି ହରଭଙ୍ଗୀ ଡ୍ୟାମ୍‌ର ଜଳସ୍ତର;ଖୋଲିଲା ୪ ଗେଟ୍

ମୋହନା: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଥିବା ହରଭଙ୍ଗୀ ଡ୍ୟାମ୍‌ର ଜଳସ୍ତର ବଢିବାରେ ଲାଗିଛି। ଫଳରେ ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ୍‌ର ୮ଟି ଗେଟ୍‌ ମଧ୍ୟରୁ ୪ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ର ଜଳସ୍ତର ଉପରେ ନଜର ରଖିଛି ବିଭାଗ।

ଆବଶ୍ୟକ ପଡ଼ିଲେ ଆଉ ଅଧିକ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏପଟେ ଜଳ ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।

Leave A Reply

Your email address will not be published.