ବ୍ୟୁରୋ: ଇସ୍ରୋ ଶ୍ରୀହରିକୋଟାରୁ GSLV -F18 ରକେଟ୍ ମାଧ୍ୟମରେ NVS-03 ନେଭିଗେସନ୍ ସାଟେଲାଇଟ୍ ଉତକ୍ଷେପଣ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ରାତି ୧୧ଟା ୫୧ ମିନିଟରେ GSLV -F18 ରକେଟ୍ ଜରିଆରେ ନେଭିଗେସନ ସାଟେଲାଇଟ୍ ବା ଦିଗ ନିର୍ଣ୍ଣାୟକ ଉପଗ୍ରହ NVS-03କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଂଚ ପ୍ୟାଡରୁ ଏହି ଉତକ୍ଷେପଣ ହେବ । ଏହି ମିଶନ ଭାରତର ଜିଓସିଙ୍କ୍ରୋନନ୍ସ ସାଟେଲାଇଟ ଲଂଚ ଭେଇକିଲ (GSLV) ର ୨୦ତମ ଉଡାଣ । ଏହି ରକେଟ୍ ଉପଗ୍ରହକୁ ଜିଓ ସିଙ୍କ୍ରୋନନ୍ସ ଟ୍ରାନ୍ସଫର ଅର୍ବିଟ (GTO) ବା ଭୂ-ସମକାଳୀନ ସ୍ଥାନାନ୍ତର କକ୍ଷପଥରେ ସ୍ଥାପନ କରିବ । NVS-03 ହେଉଛି ଦ୍ୱିତୀୟ ପିଢୀର ତୃତୀୟ ନେଭିଗେସନ ସାଟେଲାଇଟ୍ । ଯାହା ନେଭିଗେସନ ଉଇଥ୍ ଇଣ୍ଡିଆନ କନଷ୍ଟଲେସନ ବ୍ୟବସ୍ଥାର ନିରନ୍ତରତା ବଜାୟ ରଖିବ ଏବଂ ଏହାକୁ ସୁଦୃଢ କରିବାକୁ ଡିଜାଇନ ହୋଇଛି । ସଠିକ ସ୍ଥାନର ନିର୍ଣ୍ଣୟ କ୍ଷମତାକୁ ବୃଦ୍ଧି କରିବାକୁ ଏହି ଉପଗ୍ରହରେ ଅନ୍ୟ ସ୍ଥାନରୁ ସଂଗୃହିତ ପରମାଣୁ ଘଂଟା ସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ ଘଂଟା ମଧ୍ୟ ଲାଗିଛି । NavLC ବ୍ୟବସ୍ଥା ଭାରତୀୟ ଭୂ-ଖଣ୍ଡ ଏବଂ ଏହାର ସୀମାଠାରୁ ୧୫ଶହ କିଲୋମିଟର ଯାଏ ଅଂଚଳରେ ସ୍ଥାନ ନିର୍ଣ୍ଣୟ, ଦିଗ ନିର୍ଣ୍ଣୟ ଏବଂ ସମୟ ସମ୍ବନ୍ଧୀୟ ସେବା ଯୋଗାଏ । ଆଜି ରାତିରେ ଏହି ସଫଳ ଉତକ୍ଷେପଣ ଦ୍ୱାରା NavLCର ମୌଳିକ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ ହେବ । ଏହା ଭବିଷ୍ୟତରେ ହେବାକୁ ଥିବା NVS-04 ଏବଂ NVS-05 ଉତକ୍ଷେପଣ ପାଇଁ ମୂଳଦୂଆ ପକାଇବ । ଯାହା ଭାରତର ସ୍ୱାଧୀନ ନେଭିଗେସନ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ସୁଦୃଢ କରିବାରେ ସହାୟକ ହେବ ।
BREAKING NEWS
- ଗଂଜାମରେ ବନ୍ୟାସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଲେ ନବୀନ
- ମହାକାଶକୁ ଯିବ ନାଭିଗେସନ ସାଟେଲାଇଟ୍ NVS-03
- ପ୍ରବଳ ବର୍ଷାରେ ଭାସିଗଲା ପୋଲ;୪ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ
- ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣା କର୍ଣ୍ଣାଟକ ପୋଲିସ ଅଫିସରଙ୍କ ସହ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
- SC on Breakup: ବ୍ରେକଅପ୍ ମାନେ ଧୋକା କି ଠକେଇ ନୁହେଁ! ଲିଭ୍-ଇନ୍ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ…
- Chopper Crashed: ଉତ୍ତରାଖଣ୍ଡରରେ ମଝି ଆକାଶରେ ହେଲିକପ୍ଟର ଉଭାନ୍, ଦୁର୍ଘଟଣାଗ୍ରସ୍ତ ସୂଚନା
- Glacial Lake Outburst: ଭୁଟାନରେ ଫାଟିଲା ଗ୍ଲାସିୟର ହ୍ରଦ, ଭାରତରେ ବନ୍ୟା ଆତଙ୍କ! ୧୦ ହଜାର ଲୋକ ସ୍ଥାନାନ୍ତର, ସାଇରନ୍ ବଜାଇ ଲୋକଙ୍କୁ ସତର୍କ କଲା ପ୍ରଶାସନ…
- Cyclone Arnab Effect: ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ ଟ୍ରେନ୍ ବାତିଲ୍
- ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ
- ବନ୍ୟାଞ୍ଚଳରେ ନୌସେନା ହେଲିକପ୍ଟର: ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ
