Latest Odisha News

BREAKING NEWS

ଆମେରିକା ରାଜନୀତିରେ ଓଡ଼ିଆ ପୁଅ: ମିଲପିଟାସ ମେୟର ନିର୍ବାଚନରେ ସନ୍ତୋଷ ସାହୁଙ୍କ ଧମାକା

ଆମେରିକାର କାଲିଫର୍ନିଆ ସ୍ଥିତ ମିଲପିଟାସ ସହରର ମେୟର ନିର୍ବାଚନ ଏବେ ବେଶ୍ ଚର୍ଚ୍ଚାରେ ଅଛି। ଏହି ମେୟର ଦୌଡ଼ରେ ମୂଳ ଓଡ଼ିଶାର ବାସିନ୍ଦା ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱ ସନ୍ତୋଷ ସାହୁ ନିର୍ଵାଚନରେ ନିଆରା ଢଙ୍ଗରେ ପ୍ରବେଶ କରିଛନ୍ତି । ଆମେରିକୀୟ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ଜଣେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଭାବରେ ସେ ପାରମ୍ପାରିକ ରାଜନୈତିକ ଧାରାଠାରୁ ସମ୍ପୂର୍ଣ୍ଣ ଅଲଗା ପନ୍ଥା ଆପଣାଇଛନ୍ତି।

ନିର୍ବାଚନୀ ନାମାଙ୍କନ ପାଇଁ ଆବଶ୍ୟକୀୟ ଦସ୍ତଖତ ସଂଗ୍ରହ କରିବାକୁ ଯାଇ ସେ କେବଳ ପରିଚିତ ଲୋକଙ୍କ ନିକଟକୁ ନ ଯାଇ, ନିଜ ପଡ଼ୋଶୀ ଅଞ୍ଚଳର ପ୍ରାୟ ୫୦ଟି ଘରକୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ସେ ସିଲିକନ୍ ଭାଲିର ଏହି ପ୍ରମୁଖ ସହରର ବଜେଟକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ସହରୀ ପ୍ରଶାସନରେ ସ୍ୱଚ୍ଛତା ଏବଂ ସ୍ଥାୟୀ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।

ନଭେମ୍ବର ୩ରେ ତାରିଖରେ ଭୋଟ ଗ୍ରହଣ କରାଯିବ। ସନ୍ତୋଷ ସାହୁ ନିଜର ଅଭିଯାନରେ ଆଇନ ଶୃଙ୍ଖଳା ରକ୍ଷା, ନଗର ନିଗମ ବଜେଟରେ ସ୍ୱଚ୍ଛତା, ଜନସାଧାରଣଙ୍କ ସେବା ଏବଂ ସ୍ଥାୟୀ ନେତୃତ୍ୱ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜଣେ ବୈଷୟିକ ଉଦ୍ୟୋଗୀ ଭାବେ ୨୦ ବର୍ଷର ଅଭିଜ୍ଞତା ଥିବାରୁ, ସେ ସିଲିକନ୍ ଭାଲିର ସମସ୍ୟାଗୁଡ଼ିକୁ ବୈଷୟିକ ଓ ସଠିକ୍ ପରିଚାଳନା ଗତ ଦୃଷ୍ଟିକୋଣରୁ ସମାଧାନ କରିବାକୁ ବଦ୍ଧପରିକର।

ଏହି ନିର୍ବାଚନରେ ସେ ବର୍ତ୍ତମାନର ମେୟର କାର୍ମେନ୍ ମୋଣ୍ଟାନୋ ଏବଂ ଅନ୍ୟ ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେଉଛନ୍ତି। ବିଦେଶ ମାଟିରେ ଜଣେ ଓଡ଼ିଆ ଯୁବକଙ୍କ ଏପରି ରାଜନୈତିକ ପଦକ୍ଷେପ ଓଡ଼ିଆ ସମାଜ ପାଇଁ ଗର୍ବର ବିଷୟ ଅଟେ।

Leave A Reply

Your email address will not be published.