ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳର ଦୁଇ ଅଭିଜ୍ଞ ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଆକଲାଣ୍ଡରେ ପହଞ୍ଚି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନଭେମ୍ବର ୪ ତାରିଖରୁ ଅକ୍ଲ୍ୟାଣ୍ଡର ଇଡେନ୍ ପାର୍କଠାରେ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ । ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ରୋହିତ ଓ ବିରାଟ ନେଟ୍ସରେ କଠିନ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି । ସେମାନେ ଫେରିଛନ୍ତି କ୍ୟାପ୍ସନ୍ ସହ ଜାରି ହୋଇଥିବା ଏହି ଭିଡିଓ ଫ୍ୟାନ୍ସଙ୍କ ମନରେ ସିରିଜ୍କୁ ନେଇ ଉତ୍ସାହ ବଢ଼ାଇଦେଇଛି ।
୨୦୨୭ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏହି ସିରିଜ୍ ଦୁହିଁଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ୩ଟି ମ୍ୟାଚରେ ଶୁଭମନ ଗିଲ୍ ଦଳର ନେତୃତ୍ୱ ସମ୍ଭାଳିବେ । ଶେଷ ୨ଟି ମ୍ୟାଚରେ ଶୁଭମନ୍ ଗିଲ୍ ଓ କେ.ଏଲ୍. ରାହୁଲଙ୍କୁ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରୋହିତ ଏବଂ ବିରାଟ ଶତକ ହାସଲ କରି ଚମତ୍କାର ଫର୍ମରେ ଅଛନ୍ତି ।
