Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କଲେ ରାବାଡା

କେପଟାଉନ୍: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କଗିସୋ ରାବାଡା ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ କେପଟାଉନ୍ ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ ରବାଡା ଘାତକ ବୋଲିଂ ପରାକ୍ରମ ଦେଖାଇ ଟେଷ୍ଟ କ୍ରିକେଟରେ ୩୫୦ ୱିକେଟ୍ ପୂର୍ଣ କରିଛନ୍ତି । ଏହି ସଫଳତା ସହିତ ସେ ବିଶ୍ୱର ସବୁଠାରୁ କମ୍ ବଲ୍ ବୋଲିଂ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ୩୧ ବର୍ଷୀୟ ରବାଡା ମାତ୍ର ୭୫ଟି ଟେଷ୍ଟ ମ୍ୟାଚ୍‌ର ୧୩୮ଟି ପାଳିରେ ଏହି ସଫଳତା ହାସଲ କରିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ହିଁ ପୂର୍ବତନ ମହାନ ଦ୍ରୁତ ବୋଲର ଡେଲ୍ ଷ୍ଟେଇନଙ୍କ ବିଶ୍ୱରେକର୍ଡକୁ ଭାଙ୍ଗିଛନ୍ତି ।

ଡେଲ୍ ଷ୍ଟେଇନ ୩୫୦ ୱିକେଟ୍ ପାଇଁ ୧୪,୭୧୯ଟି ବଲ୍ ନେଇଥିବାବେଳେ, ରବାଡା ମାତ୍ର ୧୩,୮୦୮ଟି ବଲ୍ ଖର୍ଚ୍ଚ କରି ଏହି ବିଶ୍ୱକୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଶେଷ ଦିନର ପ୍ରଥମ ଓଭରରୁ ହିଁ ରବାଡା ନିଜର ଜାଦୁ ଦେଖାଇବା ଆରମ୍ଭ କରିଥିଲେ । ସେ ପ୍ରଥମ ଓଭରରେ କ୍ରମାଗତ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହାପରେ ୭ମ ଓଭରରେ ଘାତକ ବ୍ୟାଟ୍‌ସମ୍ୟାନ୍ ଟ୍ରଭିସ୍ ହେଡ୍‌ଙ୍କୁ ଆଉଟ୍ କରି ନିଜର ୩୫୦ତମ ଶିକାର ପୂର୍ଣ କରିଥିଲେ ।

Leave A Reply

Your email address will not be published.