Latest Odisha News

BREAKING NEWS

ରାଜସ୍ଥାନ IAS-IPS ଦମ୍ପତିଙ୍କ ଅସାଧୁ ସମ୍ପତ୍ତି: ୩୬ଟି ଭିଲା ଏବଂ କୋଟି କୋଟି ଟଙ୍କାର କାରବାର ନେଇ ତଦନ୍ତ ଆରମ୍ଭ

ରାଜସ୍ଥାନର ବରିଷ୍ଠ IAS ଅଫିସର ଶିଖର ଅଗ୍ରୱାଲ (୧୯୯୩ ବ୍ୟାଚ୍) ଏବଂ ତାଙ୍କ IPS ପତ୍ନୀ ପ୍ରଶାଖା ମାଥୁର (୧୯୯୫ ବ୍ୟାଚ୍) ୩୬ଟି ଭିଲା ଓ କଟେଜ୍ କିଣା ମାମଲାରେ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଉଦୟପୁର ଏବଂ ଅଲୱାର ଭଳି ପ୍ରମୁଖ ସହରରେ ଗୋଟିଏ ଘରୋଇ କମ୍ପାନୀ (ଗୋୟଲ ଫ୍ୟାଶନ୍ସ / ଅନନ୍ତା ରିସୋର୍ଟ) ଠାରୁ ପ୍ରାୟ ୬.୧୬ କୋଟି ଟଙ୍କା ମୂଲ୍ୟର ୩୬ଟି ଭିଲା କିଣିବା ଅଭିଯୋଗରେ ରାଜସ୍ଥାନ ସରକାର ଦୁହିଁଙ୍କୁ କାର୍ଯ୍ୟରୁ ହଟାଇ ଦେଇଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ୨୦୨୩ରେ ଉଦୟପୁରର ବୁଝଡ଼ାରେ ୨୦ଟି କଟେଜ୍ ଏବଂ ମାର୍ଚ୍ଚ ୨୦୨୬ରେ ଅଲୱାରର ଅଜବଗଡ଼ରେ ୨୦ଟି ଭିଲା କିଣାଯାଇଥିଲା। ଏହି ସମ୍ପତ୍ତିଗୁଡ଼ିକ ଶିଖର ଅଗ୍ରୱାଲ, ପ୍ରଶାଖା ମାଥୁର, ତାଙ୍କ ପିଲା ଏବଂ ଶ୍ୱଶୁର-ଶାଶୁଙ୍କ ନାମରେ ପଞ୍ଜୀକୃତ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, ଯେଉଁ କମ୍ପାନୀଠାରୁ ଏହି ଭିଲାଗୁଡ଼ିକ କିଣାଯାଇଥିଲା, ସେହି ଦିନ ହିଁ ସେହି କମ୍ପାନୀକୁ ବାର୍ଷିକ ୧.୮୦ କୋଟି ଟଙ୍କାରେ ଭଡ଼ାରେ (ଲିଜ୍) ଦିଆଯାଇଥିଲା।

ଏହା ବ୍ୟତୀତ ସରକାରୀ ପଦବୀର ଦୁରୁପଯୋଗ କରି ଉକ୍ତ କମ୍ପାନୀକୁ ବେଆଇନ ଆର୍ଥିକ ଫାଇଦା ପହଞ୍ଚାଇବା ଏବଂ ରାଜ୍ୟ କୋଷାଗାରକୁ କ୍ଷତି ପହଞ୍ଚାଇବା ନେଇ ସନ୍ଦେହ କରାଯାଉଛି। ସମ୍ପତ୍ତି ତାଲିକାରେ ପ୍ରଶାଖା ମାଥୁର ନିଜର ସମ୍ପତ୍ତି ଶୂନ୍ୟ ଦର୍ଶାଇଥିବାରୁ ମାମଲା ଅଧିକ ଗମ୍ଭୀର ହୋଇଛି।

ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରାଜସ୍ଥାନ ସରକାର ଆଣ୍ଟି କରପ୍ସନ୍ ବ୍ୟୁରୋ କୁ ଆନୁଷ୍ଠାନିକ ତଦନ୍ତ ମଞ୍ଜୁରୀ ଦେଇଛନ୍ତି। ସମ୍ପତ୍ତିର କ୍ରୟ ମୂଲ୍ୟ, ଆୟର ଉତ୍ସ, ଲିଜ୍ ଚୁକ୍ତି ଏବଂ ପଦବୀର ଦୁରୁପଯୋଗ ନେଇ ତଦନ୍ତକାରୀ ସଂସ୍ଥା ଏବେ ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.