Latest Odisha News

BREAKING NEWS

Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କାଲିଠୁ ୪ ଯାଏଁ ଜିଲ୍ଲାରେ ସବୁ ଘରୋଇ ଓ ସରକାରୀ ସ୍କୁଲ,କଲେଜ ବନ୍ଦ ରହିବ । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ସମସ୍ତ ସ୍କୁଲ , କଲେଜ ଏବଂ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଏପଟେ ସ୍କୁଲ/କଲେଜର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଏବଂ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କର କାର୍ଯ୍ୟରେ ଯୋଗଦେବେ ।

ସୂଚନାଥାଉକି,ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଖୋରଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢ଼ିବ ।

Leave A Reply

Your email address will not be published.