ବମ୍ବେ: ଅଭିନେତା ଇମ୍ରାନ ଖାନଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ଗତ ମାସରେ ମୁ୍ମ୍ବାଇରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପିର ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଅଭିନେତା ଇମ୍ରାନ ଖାନ୍ । ସେ ଆମେରିକାର ନାଗରିକ ଥାଇ ଭାରତରେ ହେଉଥିବା ବିକ୍ଷୋଭରେ ମିଶିଥିବାରୁ ଭାରତ ଛାଡିବାକୁ ନୋଟିସ୍ ହୋଇଥିଲା । ଏହି ନୋଟିସକୁ ଚାଲେଂଜ କରି ଇମ୍ରାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସୋମବାର ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ, ମୁମ୍ବାଇରେ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି କୋର୍ଟ । ଆମେରିକା ଯାଇ ବିକ୍ଷୋଭ କର, କିମ୍ବା ଭୋଟ୍ ଦିଅ, ଦେଶରେ ଆପଣଙ୍କ କୌଣସି ବିକ୍ଷୋଭ ପ୍ରଦର୍ଶନକୁ ବରଦାସ୍ତ କରାଯିବନି ବୋଲି କଡା ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ ।
ଏଫଆରଆରଓ ନୋଟିସ୍ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି କୋର୍ଟ । ଅଭିନେତାଙ୍କୁ ଭାରତୀୟ ବିଦେଶୀ ନାଗରିକ କାର୍ଡ ନିୟମ ଉଲ୍ଲଂଘନ ବିରୁଦ୍ଧରେ ଚେତାବନୀ ଦେଇଛନ୍ତି । ଇମ୍ରାନ୍ କୋର୍ଟଙ୍କୁ ଜଣାଇଥିଲେ ତାଙ୍କର ପ୍ରତିବାଦ ଆୟୋଜକଙ୍କ ସହ କୌଣସି ସମ୍ପର୍କ ନାହିଁ । ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ । କୋର୍ଟ ତାଙ୍କୁ କହିଛନ୍ତି ଯଦି କୌଣସି ଭାରତୀୟ ନାଗରିକ ବିଦେଶରେ ଏହିପରି କାମ କରିଥାନ୍ତେ, ପରଦିନ ତାଙ୍କୁ ନିଜ ଘର ରାସ୍ତା ଦେଖାଇଦିଆଯାଇଥାନ୍ତା ବୋଲି କହିଛନ୍ତି କୋର୍ଟ । ଦେଶରେ ରହିବା ସମୟରେ ଇମ୍ରାନ କୌଣସି ପ୍ରତିବାଦରେ ଅଂଶଗ୍ରହଣ କରିନଥିଲେ । ଏବେ ଦେଶ ଛାଡିବା ପରେ ଏମିତି ପ୍ରତିବାଦରେ କାହିଁକି ସାମିଲ ହେଲେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଅଦାଲତ ଇମ୍ରାନଙ୍କୁ ଡିସେମ୍ବର ୭ ତାରିଖ ଯା ଏ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ତାପରେ ଦେଶ ଛାଡିଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
