Latest Odisha News

BREAKING NEWS

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ; ଭୋଟ୍‌ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର

କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆ ଅଞ୍ଚଳରେ ତୀବ୍ର ଉତ୍ତେଜନା ମଧ୍ୟରେ କୋଟିଆର ଆନ୍ଧ୍ର ଭୋଟରମାନେ ସାରିକା ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜିତ ଏହି ସ୍ଥାନୀୟ ପଞ୍ଚାୟତ (MPTC ଓ ZPTC) ନିର୍ବାଚନକୁ ନେଇ କୋଟିଆ ସୀମାରେ ଦୁଇ ରାଜ୍ୟ ମଧ୍ୟରେ ରାଜନୈତିକ ତଥା ପ୍ରଶାସନିକ ଟକ୍କର ଦେଖିବାକୁ ମିଳିଛି।

ଓଡ଼ିଶାର ବିରୋଧ ଆଗରେ ଆନ୍ଧ୍ର ମୁଣ୍ଡ ନୁଆଁଇ ନେରିଡ଼ିବାଲସାରେ ବୁଥ୍‌ କରୁ ନ ଥିବା ଜଣାପଡ଼ିଛି। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଭୋଟ ନେବାପାଇଁ ଆନ୍ଧ୍ର ନେରିଡ଼ିବାଲସାରୁ ୧ କି.ମି. ଦୂରରେ ରହିଥିବା ସାରିକି ପଞ୍ଚାୟତରେ ବୁଥ୍‌ କରାଇଛି। ନେରେଡ଼ିବାଲସାରେ ରାଜନୈତିକ ଦଳ ସୀମା ଜଗି ରହିଥିବା ବେଳେ ଆନ୍ଧ୍ର ନିଜ ଦାଣ୍ଡିଗ୍ରାମରେ ଭୋଜିଭାତ ଆସର ମାଧ୍ୟମରେ କୋଟିଆ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠିକରି ନିଜର ଭୋଟ ହାତେଇବା ପ୍ରୟାସ ଜାରି ରଖିଛି। ରାଜନୈତିକ ଦଳଗୁଡ଼ିକ ସୀମା ଜଗି ବସିଥିବାବେଳେ ଗଳାବାଟ ଦେଇ ଆନ୍ଧ୍ରକୁ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଓଡ଼ିଶା ପ୍ରଶାସନର କଟକଣା ଓ ଆପତ୍ତି ଯୋଗୁଁ ଆନ୍ଧ୍ରପ୍ରଦେଶ ନିଜ ସୀମା ଭିତରେ ଥିବା ସାରିକା (Sarika) ଠାରେ ମତଦାନ କେନ୍ଦ୍ର କରିଥିଲା, ଯେଉଁଠାକୁ ଯାଇ କୋଟିଆର ଅନେକ ଭୋଟର ଭୋଟ୍ ଦେଇଛନ୍ତି। ଅନ୍ୟପଟେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଏହି ନିର୍ବାଚନକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାରେ ବ୍ୟାପକ ବାରିକେଡ୍ ଲଗାଯାଇ ୧୬୩ ଧାରା (BNSS) ଜାରି କରାଯାଇଥିଲା।

ଏହା ପୂର୍ବରୁ ସୀମାବର୍ତ୍ତୀ ନେରେଡିବାଲାସା (Neridivalsa) ଚେକ୍‌ପୋଷ୍ଟ ନିକଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ପୋଲିସ ଏବଂ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ଓଡ଼ିଶା ପକ୍ଷରୁ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଓଡ଼ିଶା ସରକାର ଏହି ନିର୍ବାଚନ ପ୍ରକ୍ରିୟା ବିରୋଧରେ ସୁପ୍ରିମକୋର୍ଟରେ ଏକ ଅବମାନନା ମାମଲା ଦାୟର କରିଛନ୍ତି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଆନ୍ଧ୍ରପ୍ରଦେଶ ସରକାର ୨୦MDY (୨୦MDY ୨୦୦୬) ର ସୁପ୍ରିମକୋର୍ଟଙ୍କ ‘ଯଥାସ୍ଥିତି’ (Status Quo) ବଜାୟ ରଖିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛନ୍ତି। କୋଟିଆବାସୀ ଓଡ଼ିଶାର ସମସ୍ତ ସରକାରୀ ସୁବିଧା ସୁଯୋଗ ନେଉଥିବା ବେଳେ ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାକୁ ନେଇ କିଛି ସ୍ଥାନୀୟ ନେତା ଓ ଓଡ଼ିଶା ସପକ୍ଷବାଦୀ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

Leave A Reply

Your email address will not be published.