Latest Odisha News

ଆଲୋକର ପର୍ବ ଦୀପାବଳି ପାଳୁଛି ସାରା ଦେଶ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ରବିବାର ଦିନ ପାରମ୍ପରିକ ଉତ୍ସାହ ସହ ପାଳନ କରାଯାଉଛି। ଏହି ଅବସରରେ ଅନେକ ପ୍ରମୁଖ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକର ଅମାବାସ୍ୟା ତିଥିରେ ଏହି ପର୍ବ ପାଳନ କରାଯାଏ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଦୀପାବଳି ପାଇଁ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଯୁବପିଢ଼ିଙ୍କୁ ଭାରତୀୟ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ହୋଇ ‘ବିକଶୀତ ଭାରତ’ ଗଠନ ଦିଗରେ ଉତ୍ସାହର ସହ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ସେ ପରିବେଶ ସୁରକ୍ଷା କରିବା ଏବଂ ପରସ୍ପର ସହ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆହୁରି ମଧ୍ୟ “ଦୀପାବଳିର ଏହି ପବିତ୍ର ଅବସରରେ, ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି” ବୋଲି କହିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ଅସୁର ରାଜା ‘ରାବଣ’ ଉପରେ ବିଜୟ ଲାଭ କରି ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିବା ପରେ ଏହି ଆଲୋକର ପର୍ବ ପାଳନ କରାଯାଏ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ସେମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ସେ କହିଛନ୍ତି ଯେ, ସେନାର ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ନିଜ ପରମ୍ପରାକୁ ସେ ଏଥର ମଧ୍ୟ ଜାରି ରଖିବେ। ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଆପଣଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା!”

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଅବସରରେ ସମଗ୍ର ଦେଶ ଆଲୋକମୟ ହୋଇଉଠିଛି। ସେ ଦୀପାବଳିକୁ ଅନ୍ଧକାର ବିରୁଦ୍ଧରେ ଦେଶର ସଂକଳ୍ପର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ଆପଣ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା।

ତେବେ ଏହି ପର୍ବ ପାଞ୍ଚ ଦିନିଆ ଉତ୍ସବ ଭାବେ ନଭେମ୍ବର ୬ ତାରିଖରେ ଧନତେରସ୍ ସହିତ ଆରମ୍ଭ ହୋଇଥିଲା ଏବଂ ଏହା ପରେ ନଭେମ୍ବର ୭ ତାରିଖରେ ଛୋଟି ଦୀପାବଳି ପାଳନ କରାଯାଇଥିଲା। ଲକ୍ଷ୍ମୀ ପୂଜା ନଭେମ୍ବର ୮ ତାରିଖରେ ପାଳନ କରାଯିବ। ଏହା ପରେ ନଭେମ୍ବର ୯ ତାରିଖରେ ଗୋବର୍ଦ୍ଧନ ପୂଜା ଏବଂ ନଭେମ୍ବର ୧୦ ତାରିଖରେ ଭାଇ ଦୂଜ ପାଳନ କରାଯିବ।

Leave A Reply

Your email address will not be published.