Latest Odisha News

BREAKING NEWS

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ

ପୁରୀ: ପୁରୀ ସମୁଦ୍ରକୂଳରେ ଅଘଟଣ । ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ବ୍ୟକ୍ତି ମାନଙ୍କର ନାମ ହେଉଛି ଚୂତରା ରାମ (୨୩) ଓ ପଦ୍ମା ରାମ (୨୨)। ଏହି ସମସ୍ତ ପର୍ଯ୍ୟଟକ ରାଜସ୍ଥାନରୁ ଆସିଥିବା ଜଣାପଡିଛି ।

ତେବେ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଥିଲେ । ହେଲେ ଉକ୍ତ ପର୍ଯ୍ୟଟକମାନେ ସେମାନଙ୍କ କଥାକୁ ଶୁଣିନଥିବା ସୂଚନା ରହିଛି । ତେବେ ପର୍ଯ୍ୟଟକ ବୁଡିଯାଉଥିବା ଦେଖି ପୋଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.