ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ବଡ ବିଜୟ ପରେ ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କେଜ୍ରିୱାଲଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦର ୬ ଜଣ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି ।
କେଜ୍ରିୱାଲଙ୍କ ଏହି ଶପଥ ସମାରୋହରେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର ଓ ଚପରାସୀଙ୍କ ଭଳି କର୍ମଚାରୀ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିସହ ହଜାର ହଜାର ଆପ୍ ସମର୍ଥକ ରାମଲୀଲା ମୈଦାନରେ ଉପସ୍ଥିତ ରହି କେଜ୍ରିୱାଲଙ୍କ ସମର୍ଥନରେ ନାରା ଦେଇଥିଲେ । ଫଳରେ ଦିଲ୍ଲୀ ଦରବାର କେଜ୍ରିୱାଲଙ୍କ ନାରାରେ କମ୍ପି ଉଠିଥିଲା ।
BREAKING NEWS
- ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ
- ଆଜି ରାୟଗଡ଼ା ଆସିବେନି ରାହୁଲ, ରାୟବରେଲିରେ ନାମାଙ୍କନ ଦାଖଲ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ
- ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା
- ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ
- ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା
- ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ