Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ; ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଶନିବାର ରାତିରେ ଭୁବନେଶ୍ୱର ୟୁନିଟ୍‌-୬ରେ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଥିଲେ । କମିଶନରେଟ୍ ପୋଲିସ ଏହି ଆକ୍ରମଣର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ପି. ଆକାଶ ଦୋରା ନାମକ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ୟୁନିଟ୍‌-୯ ଅଂଚଳର ଶ୍ରୀକଳା ଗ୍ରାଉଣ୍ଡରେ ତାଙ୍କ ସାଙ୍ଗମାନଙ୍କ ସହିତ ଥିଲେ । ପାଖାପାଖି ରାତି ୧୦ଟାରେ ୧୫ରୁ ୨୦ଜଣ ଦୁର୍ବୃତ୍ତ ହଠାତ୍ ଆସି ଆକାଶଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଏନେଇ ଆକାଶଙ୍କ ବନ୍ଧୁମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଙ୍କୁ ସହିଦ ନଗର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଆକାଶଙ୍କ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ତାଙ୍କୁ ପଟିଆ ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଆହତ ଛାତ୍ରଙ୍କ ମାଆ ସବିତା ଦୋରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ନିକଟରେ ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା ଓ କିଛି ଅଣ-ଛାତ୍ର ତାଙ୍କ ପୁଅକୁ ଟାର୍ଗେଟ କରିଥିଲେ ।

ଜୟଦେବ କଲେଜରୁ ସ୍ନାତକ ଶେଷ କରିବା ପରେ ଆକାଶ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ତାଙ୍କ ମାଆ କହିଛନ୍ତି ।

Leave A Reply

Your email address will not be published.