Latest Odisha News

BREAKING NEWS

କାଜିରଙ୍ଗା ଜାତୀୟ ରାଜପଥ ନିକଟରେ ବସ୍-ଟ୍ରକ୍ ମହାଁମୁହିଁ ଧକ୍କା, ୨୦ଜଣଙ୍କ ମୃତ୍ୟୁ ସନ୍ଦେହ

ଗୌହାଟି: ଆସାମ କାଜିରଙ୍ଗା ଜାତୀୟ ରାଜପଥ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ମିନି ବସ୍ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଟ୍ରେଲର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍ଟି ଜୋରହାଟରୁ ଗୌହାଟି ଅଭିମୁଖେ ଗସ୍ତ କରୁଥିଲା । ୭୧୫ନମ୍ବର ଜାତୀୟ ରାଜପଥର କୋହରା ରେଂଜର ହାଥିକୁଲି ଟି ଇଷ୍ଟେଟ୍ ନିକଟରେ ଟ୍ରକ ସହ ଧକ୍କା ହୋଇଥିବା ସୂଚନା ମିଲିଛି । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଦାର କାର୍ଯ୍ୟରେ ଲାଗିଥିଲେ । ଆହତଙ୍କୁ କୋହରା ମଡେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩ ଗୁରୁତରଙ୍କୁ ଜୋରହାଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ମିନି ବସ୍ ସମ୍ପର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।

ସେପଟେ ଖବର ପାଇ ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ଘଟଣାରେ ୨୦ଜଣଙ୍କ ପ୍ରାଣ ଯାଇଥିବା ମନ୍ତ୍ରୀ କହିଛନ୍ତି । ବସ୍ ସ୍ପିଡ୍ରେ ଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି । ତେବେ ପୋଲିସ ତଦନ୍ତ ଜାରି ରହିଛି । କେମିତି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରିରହିଛି । ଆହତ ଓ ଗୁରୁତରଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଉଛି ।

Leave A Reply

Your email address will not be published.