Latest Odisha News

BREAKING NEWS

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ବର: ମାର୍ଚ୍ଚ ୧୨ରୁ ବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା । ଏନେଇ ଜାରି ହେଲା ପରୀକ୍ଷା ସୂଚୀ । ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଦୈନିକ ଗୋଟିଏ ସିଟିଂ ପରୀକ୍ଷା ହେବ ।

ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ଯାଏଁ ଚାଲିବ । କେବଳ ଗଣିତ ପରୀକ୍ଷା ନିମନ୍ତେ ଅତିରିକ୍ତ ୧୫ ମିନିଟ୍‌ ସମୟ ଦିଆଯିବ, ଅର୍ଥାତ୍‌ ପରୀକ୍ଷା ୧୧ଟା ୩୦ ପରିବର୍ତ୍ତେ ୧୧ଟା ୪୫ମିନିଟ୍‌ରେ ସରିବ ବୋଲି ଆଜି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି ।

ପ୍ରଥମ ଦିନ ଅର୍ଥାତ ୧୨ ତାରିଖରେ ଫାର୍ଷ୍ଟ ଲାଙ୍ଗୁଏଜ ଏବଂ ଶେଷ ଦିନ ଅର୍ଥାତ ୨୭ ତାରିଖରେ ଥାର୍ଡ ଲାଙ୍ଗୁଏଜ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷା ନିମନ୍ତେ ଅନଲାଇନ୍‌ ଆବେଦନର ତାରିଖ ୨୧ ନଭେମ୍ବର ୨୦୨୬ ରାତି ୧୧ଟା ୪୫ ଯାଏଁ ଧାର୍ଯ୍ୟ କରାଯାଇଛି । ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଦ୍ବାରା ଲଗଇନ୍‌ କରାଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରାଯିବ । ଏହାପୂର୍ବରୁ ବୋର୍ଡ ଛାତ୍ରଛାତ୍ରୀଙ୍କ ନାମ ଆଦି ତଥ୍ୟର ସଂଶୋଧନ ନିମନ୍ତେ ସମୟ ଦେଇଛନ୍ତି ।

Leave A Reply

Your email address will not be published.