Latest Odisha News

BREAKING NEWS

ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଚର୍ଚ୍ଚାରେ: ବ୍ୟାଙ୍କ୍ରଫ୍ଟଙ୍କ ବଡ଼ ଦାବି 

ନୂଆଦିଲ୍ଲୀ: ବର୍ଷ ୨୦୧୮ର ଚର୍ଚ୍ଚିତ ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ହଇଚଇ ସୃଷ୍ଟି କରିଛି । ପୂର୍ବତନ ଓପନର୍ କାମରନ୍ ବ୍ୟାଙ୍କ୍ରଫ୍ଟ ଦାବି କରିଛନ୍ତି ଯେ କେପଟାଉନ୍ ଟେଷ୍ଟରେ ବଲ୍ ଟ୍ୟାମ୍ପରିଂ ବିଷୟରେ ସମସ୍ତ ଖେଳାଳି ଜାଣିଥିଲେ ଏବଂ ତାଙ୍କୁ ଜାଣିଶୁଣି ବଳିର ବକ୍ରା କରାଯାଇଥିଲା । ବ୍ୟାଙ୍କ୍ରଫ୍ଟ  ସ୍ୱୀକାର କରିଛନ୍ତି ଯେ ସେ କ୍ରିକେଟ୍ ଅଷ୍ଟ୍ରେଲିଆର ତଦନ୍ତ ସମୟରେ ସବୁ ସତ କହି ନଥିଲେ । ତାଙ୍କ ଅନୁଯାୟୀ, କେବଳ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ନର ଏବଂ ସେ ନୁହେଁ, ବରଂ ସମସ୍ତ ଟିମ୍ ଏହି ଯୋଜନା ବିଷୟରେ ଅବଗତ ଥିଲେ । ସେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଉଦାହରଣ ଦେଇ କହିଛନ୍ତି ଯେ ଘଟଣା ସାମ୍ନାକୁ ଆସିବା ପରେ ଡ୍ରିଙ୍କ୍ସ ବ୍ରେକ୍ ସମୟରେ ସେ ମଇଦାନକୁ ଆସି ସେଣ୍ଡପେପରକୁ ଲୁଚାଇଥିଲେ ।

ଡେଭିଡ୍ ୱାର୍ନର କ୍ରିକେଟ୍ ଅଷ୍ଟ୍ରେଲିଆର ପ୍ରସ୍ତାବିତ ଇଣ୍ଡିପେଣ୍ଡେଣ୍ଟ ଫୋରମ  ବଦଳରେ ଏକ ଖୋଲା ଏବଂ ସ୍ୱାଧୀନ ସାର୍ବଜନୀନ ତଦନ୍ତ  ଦାବି କରିଛନ୍ତି । ତାଙ୍କ ମତରେ ଏହା କେବଳ ସଜ୍ଜା ପାଇଁ ନୁହେଁ, ବରଂ ସ୍ୱଚ୍ଛତା ଏବଂ ଜବାବଦେହିତା ପାଇଁ ଜରୁରୀ । ଉସ୍ମାନ ଖୱାଜା କ୍ରିକେଟ୍ ଅଷ୍ଟ୍ରେଲିଆର ଏହି ଫୋରମ୍‌ର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଯଦି ବୋର୍ଡ ନିଜେ ସବୁ କିଛି ନିୟନ୍ତ୍ରଣ କରିବ,ବେଳେ ସତ୍ୟ ସାମ୍ନାକୁ ଆସିବ ନାହିଁ ।  ଏହି ବିବାଦ ପରେ କ୍ରିକେଟ୍ ଅଷ୍ଟ୍ରେଲିଆର  ସିଇଓ ଟଡ୍ ଗ୍ରୀନ୍‌ବର୍ଗ ଏବଂ ଅନ୍ତରୀଣ ଅଧ୍ୟକ୍ଷ ଡେଭିଡ୍ ବୁନ୍ ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଏକ ଇଣ୍ଡିପେଣ୍ଡେଣ୍ଟ ଫୋରମ ଗଠନ କରିବାକୁ ଘୋଷଣା କରିଛନ୍ତି, ଯେଉଁଠାରେ ସେମାନେ ନିଜର ପକ୍ଷ ରଖିପାରିବେ । ତେବେ ଔପଚାରିକ ତଦନ୍ତ ପୁଣି ଆରମ୍ଭ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.