Latest Odisha News

BREAKING NEWS

ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କୁ ପଚାରିବାକୁ ଭୁଲନ୍ତୁ ନାହିଁ ଏହିସବୁ ପ୍ରଶ୍ନ…

ଭୁବନେଶ୍ୱର: ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନଙ୍କ ମଧ୍ୟରୁ ବିବାହ ଅନ୍ୟତମ। ଆପଣ ଯଦି ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଆମର ଏହି ଲେଖାଟି ଆପଣଙ୍କ ପାଇଁ ହିଁ ଉଦିଷ୍ଟ ।

ବିବାହ କରିବା ଆଗରୁ ଯଦି ପରସ୍ପର, ପରସ୍ପର ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ରହିବା ଆବଶ୍ୟକ। ସେଥିପାଇଁ ବିବାହ ଆଗରୁ ଆପଣ ନିଜ ସାଥୀଙ୍କ ସହ ମନଖୋଲି କଥା ହୁଅନ୍ତୁ ।

ସେହି କଥା ହେବା ସମୟରେ ଆପଣ ଅନୁଭବ କରିପାରିବେ ପାରିବେ ଜୀବନସାଥୀଙ୍କ ସହ ଆପଣ କେତେ ସହଜ ଅନୁଭବ କରୁଛନ୍ତି ।

ଯଦି ଆପଣ ଆପଣଙ୍କ ଜୀବନସାଥୀଙ୍କ ସହ ଏକ ସୁଖମୟ ଜୀବନ ବିତାଇବାକୁ ଚାହୁଁଛନ୍ତି ତେବେ ବିବାହ ପୂର୍ବରୁ ନିଜ ଜୀବନସାଥୀଙ୍କ ସହ ଏହି ବିଷୟରେ ନିଶ୍ଚିତ ଚର୍ଚ୍ଚା କରିନିଅନ୍ତୁ ।

ବ୍ୟକ୍ତିଗତ ଜୀବନ:

ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଭଲଭାବେ ଜାଣିରଖିବା ଉଚିତ୍ । ନିଜର ଅତୀତ ଓ ଭବିଷ୍ୟତକୁ ନେଇ ନିଜ ସାଥି ସହ ଖୋଲାଖୋଲି କଥା ହୁଅନ୍ତୁ। ମିଛର ମୂଳଦୁଆରେ ସମ୍ପର୍କର ପ୍ରାଚୀର ଛିଡା ହୋଇ ପାରେ ନାହିଁ । ତେଣୁ ଅତୀତର କିଛି କଥା ଯଦି ରହିଛି ଯାହା ଆପଣଙ୍କ ସମ୍ପର୍କକୁ ଭବିଷ୍ୟତରେ ଆଘାତ କରିପାରେ, ତା ସମ୍ପର୍କରେ ବିବାହ ପୂର୍ବରୁ କଥା ହୋଇଯିବା ଆବଶ୍ୟକ ।

ପରିବାର:

ଅନେକ ସମୟରେ ଦେଖଯାଏ ବିବାହ ପରେ ପରିବାର ଲୋକଙ୍କୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ। ଦୁଇ ଜଣ ଜୀବନସାଥୀଙ୍କ ମଧ୍ୟରେ ଜଣକୁ ପରିବାର ସହିତ ରହିବାକୁ ଇଚ୍ଛା ଥିବାବେଳେ ଅନ୍ୟଜଣଙ୍କର ନଥାଏ । ସେହିପରି ଜଣକୁ ପରିବାରର ପରାମର୍ଶ ନେବାକୁ ଭଲ ଲାଗୁଥିବାବେଳେ ଅନ୍ୟ ଜଣକୁ ଏହା ପସନ୍ଦ ହୋଇନଥାଏ କି କେହି ତାଙ୍କ ନିଜ ଜୀବନରେ ଦଖଲ ନଦେଉ । ସେଥିପାଇଁ ନିଜ ଜୀବନସାଥୀଙ୍କ ସହିତ ପ୍ରଥମେ ଏହି ସମ୍ବନ୍ଧରେ କଥାବାର୍ତ୍ତା ହୋଇଯାଅାନ୍ତୁ । ଯାହା ଫଳରେ ଆପଣଙ୍କୁ ବିବାହ ପରେ କୌଣସି ଅସୁବିଧା ନରହିବ ।

ପିଲା ସମ୍ପର୍କିତ କଥା:

ସାଧାରଣତଃ ଦେଖାଯାଇଥାଏ କି ବିବାହ ପରେ ଛୁଆକୁ ନେଇ ଦମ୍ପତିଙ୍କ ମତଭେଦ ହୋଇଥାଏ। କାରଣ କିଛି ଲୋକ ଛୁଆକୁ ନେଇ ଅଧିକ ବ୍ୟକ୍ତିଗତ ବିଚାରଧାରା ହୋଇଥାନ୍ତି । ବିଶେଷ କରି ଛୁଆ ସମ୍ବନ୍ଧରେ ପ୍ଲାନ କରିବା ସହିତ ଏହାର ଭରଣପୋଷଣ କିପରି କରିବାର ଅଛି ଏବଂ ତାର ପାଠପଢା କେମିତି ହେବ ସେନେଇ ପତି-ପତ୍ନୀ ଯୋଜନା ସବୁ କରିଥାନ୍ତି । ବିବାହ ପୂର୍ବରୁ ଏହି ମାମଲାରେ ବିଚାର ବିମର୍ଷ କରିଥିଲେ ପରେ ଏହାକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ନାହିଁ ।

ଆର୍ଥିକ ଅବସ୍ଥା:

ଅଧିକାଂଶ ଲୋକ ବିବାହ ପୂର୍ବରୁ ନିଜ ପାର୍ଟନର ସହ ଆର୍ଥିକ ଅବସ୍ଥା ସମ୍ବନ୍ଧରେ ଖୋଲାଖୋଲି କଥା ହେବାକୁ ପସନ୍ଦ କରି ନଥାନ୍ତି କିନ୍ତୁ ଆପଣ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଆର୍ଥିକ ଅବସ୍ଥା କଥା ନିଶ୍ଚୟ ଜାଣିରଖିବା ଦରକାର ।

Leave A Reply

Your email address will not be published.