ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ କମ୍ ହୋଇ ଖରାର ପ୍ରଭାବ ବଡିଛି। ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ।
ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ପାଖାପାଖି ୩୫ଡିଗ୍ରୀ ରାହୁଛି ।
ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅ ଅନୁଯାୟୀ, ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦିନରେ ଟାଣ ଖରା ଏବଂ ରାତିରେ ଗରମ ଅନୁଭତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ରାଜ୍ୟର ୧୭ ସ୍ଥାନର ତାପମାତ୍ରା ୩୦ଡିଗ୍ରୀ ଉପରେ ରହିଥିବା ବେଳେ ୩ ସହରରେ ତାପମାତ୍ରା ୩୦ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିଭଳି ପାରଳାଖେମୁଣ୍ଡିରେ ୩୫.୧ ଡିଗ୍ରୀ, ଟିଟିଲାଗଡ଼ରେ ୩୪.୨, ଭବାନୀପାଟଣାରେ ୩୩.୪, ବୌଦ୍ଧରେ ୩୨.୫, ତାଳଚେରରେ ୩୨.୪, ନୟାଗଡ଼ରେ ୩୨, ଭୁବନେଶ୍ୱରରେ ୩୧.୮, ହୀରାକୁଦ ଓ ଝାରସୁଗୁଡ଼ାରେ ୩୧.୬, ବଲାଙ୍ଗୀର ଓ ସମ୍ବଲପୁରରେ ୩୧.୫, ଚାନ୍ଦବାଲିରେ ୩୧.୪, ସୋନପୁର ଓ ଗୋପାଳପୁରରେ ୩୧.୨, ବାଲେଶ୍ୱରରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦା, କେନ୍ଦୁଝର, ଛତ୍ରପୁରରେ ତାପମାତ୍ରା ୩୦ଡିଗ୍ରୀ ରହିଛି ।
ଅନ୍ୟପକ୍ଷରେ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୦.୬ଡିଗ୍ରୀ ରେକର୍ଡ କରାଯାଇଛି ।
Comments are closed.