ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସଫ୍ଟୱେୟାର କମ୍ପାନୀ ଆଡ଼ୋବ୍ ନିର୍ମାଣ କରିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୱେବସାଇଟ ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟର ଡିଜିଟାଲ୍ ରୂପ ଦେଇଛି ଆଡ଼ୋବ୍ ସିଷ୍ଟମ୍ । ଆଡ଼ୋବ୍ ଦ୍ୱାରା ନିର୍ମିତ ହୋଇଥିବା ଏହି ୱେବସାଇଟର ଏବେ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଥିବା ସହିତ ପ୍ରତିମାସ ସାଇଟ୍ ଭିଜିଟର୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏସମ୍ପର୍କରେ ସୂଚନାଦେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନ ଭାରତ ତଥା ବିଶ୍ୱସ୍ତରରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରୁଛି ଏହା ହେଉଛି ଜ୍ୱଳ୍ୱନ୍ତ ଉଦାହରଣ । ଆଗାମୀ ଦିନମାନଙ୍କରେ ଭାରତରେ ତଥା ସାରା ବିଶ୍ୱରେ ଓଡ଼ିଶା ପର୍ଯ୍ୟଟନର ବହୁଳ ପ୍ରଚାର ଓ ପ୍ରସାର କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଲକ୍ଷ୍ୟ ରହିଛି ।
“ଏହି ୱେବସାଇଟକୁ ବିଶ୍ୱର ସମସ୍ତ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇ ଓଡ଼ିଶା ପର୍ଯ୍ୟଟନ ପ୍ରତି ଆକୃଷ୍ଟ କରାଯିବ ଏବଂ ଏଥିସହିତ ଓଡ଼ିଶାକୁ ପ୍ରଚୁର ପର୍ଯ୍ୟଟକ ଆସିପାରିବେ,” ଏହା କହିଛନ୍ତି ସଚିବ ଶ୍ରୀ ଦେବ ।
ୱେବସାଇଟ୍ ସମ୍ପର୍କରେ ସେ କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିରେ ୧୩୦ ଜଣ ପଞ୍ଜିକୃତ ଟ୍ରାଭେଲ୍ ଏଜେଣ୍ଟ, ୨୩୨ଟି ହୋଟେଲ୍, ୧୧୫ଟି ପ୍ୟାକେଜ ଓ ଟ୍ରେଲ୍ ବ୍ୟତୀତ ୭୦ ଜଣ ଆକ୍ଟିଭ୍ ବ୍ଲଗର୍ କମ୍ୟୁନିଟି ରହିଛନ୍ତି । ଏହି ୱେବସାଇଟରେ ମଧ୍ୟ ଏକ ରେଡ୍ଡି ରେକଗନର ସହିତ ଟୁରିଷ୍ଟ ଡେଷ୍ଟିନେସନ ଏବଂ ଟ୍ରିପ୍ ପ୍ଲାନର ସୁବିଧା ରହିଛି ।