ଭୁବନେଶ୍ୱର: ଅଚାନକ ଓୟୁଏଟି ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ଭୋରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚିଥିଲେ ପାଣ୍ଡିଆନ୍ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ୍ ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ପଚାରି ବୁଝିଥିଲେ ଫାଇଭ-ଟି ସଚିବ । ହଷ୍ଟେଲ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ପାଣ୍ଡିଆନ । ଏହି ସୟରେ ତାଙ୍କ ସହ ଓୟୁଏଟି କୂଳପତି ଓ ବେସିକ୍ ସାଇନ୍ସ କଲେଜର ବରିÂ ଅଧିକାରୀ ପ୍ରମୁଖ ଥିଲେ । ତେବେ ଫାଇଭ-ଟି ସଚିବଙ୍କ ଏହି ଗସ୍ତ ପରେ ଓୟୁଏଟିର ବିକାଶ ନେଇ ସ୍ୱତନ୍ତ୍ର ଅନୁଦାନ ମିଳିପାରେ ବୋଲି ଆଶା କରାଯାଉଛି ।
BREAKING NEWS
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !
- ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ