Latest Odisha News

BREAKING NEWS

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା ।

ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ ଚେନ୍ନାଇ ସୁପର କିଙ୍ଗ ଦଳ ମଧ୍ୟରେ ମୁକାବିଲା ହେବ ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏକ ଦିବାସୀୟ ମ୍ୟାଚ ମାର୍ଚ୍ଚ ୧୮ରେ ସମାପ୍ତ ହେବାର ୧୧ ଦିନ ପରେ ଫ୍ରାଞ୍ଚାଇସ ଆଧାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଆଇପିଏଲ ପକ୍ଷରୁ ପରେ ନକ ଆଉଟ ମ୍ୟାଚର ସମୟ ସୂଚୀ ଜାରି ହେବାକୁ ଥିବା ବେଳେ ଏହାର ଫାଇନାଲ ମ୍ୟାଚ ମେ ମାସ ୨୪ ତାରିଖରେ ଖେଳାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.