Latest Odisha News

BREAKING NEWS

Aftershocks follow 5.0 Earthquake: ଲସ୍ ଆଞ୍ଜେଲସର ବିମାନବନ୍ଦର କ୍ଷତିଗ୍ରସ୍ତ, ତୈଳ ବିଶୋଧନାଗାରରେ ନିଆଁ

ଲସ୍ ଆଞ୍ଜେଲସ: ଶନିବାର ଆମେରିକାରେ ଭୂକମ୍ପ ଅନେକ କ୍ଷୟକ୍ଷତି କରିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଲସ୍ ଆଞ୍ଜେଲସ୍ ନିକଟ ମାନହଟାନ୍ ବିଚ୍ ଉପକୂଳ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କହୁଛି । ଫଳରେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଦକ୍ଷିଣ କାର୍ଲିଫର୍ଣ୍ଣିଆ ଉପକୂଳରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହା ଲସ୍ ଆଞ୍ଜେଲସ୍ ଅଂଚଳରେ ଝରକା କବାଟ ଦୋହଲାଇ ଦେଇଥିଲା । କାର୍ ଆଲରାମ ବାଜିବାକୁ ଲାଗିଥିଲା । ବିମାନବନ୍ଦର ଝରକା ଭାଙ୍ଗିଯାଇଥିବା ବେଳେ ସ୍ୱୟଂଚାଳିତ ସୁରକ୍ଷା ପ୍ରକ୍ରିୟା ସକ୍ରୀୟ ହୋଇଯାଇଥିଲା । କେବଳ ସେତିକି ନୁହେଁ ଏକ ରିଫାଇନାରୀରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ତୁରନ୍ତ ଆହତ କିମ୍ବା ବଡ କ୍ଷୟକ୍ଷତିର କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ ।

 

     

କାର୍ଲିଫର୍ଣ୍ଣିଆ ରାଜ୍ୟପାଳଙ୍କ ଜରୁରୀକାଳୀନ ସେବା ଅଫିସ ତରଫରୁ କୁହାଯାଇଛି, ସ୍ଥାନୀୟ ଅଧିକାରୀଙ୍କ ସହ ସକ୍ରିୟ ଭାବେ କାମ କରଯାଇଛି ଫଳରେ କୌଣସି ପ୍ରଭବର ମୂଲ୍ୟାଙ୍କନ କରାଯାଇପାରିବ । ଭୂମିକମ୍ପ ଅନିଶ୍ଚିତ, ତେଣୁ ପରେ ଝଟକା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କୁହାଯାଇଥିଲା । ପ୍ରାରମ୍ଭିକ ଭୂମିକମ୍ପ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନକୁ ଲସ୍ ଆଂଜେଲସ୍ ବିମାନବନ୍ଦର ନିକଟରେ ପହଂଚିବା ମାତ୍ରେ ଅବତରଣ ବାତିଲ କରିବାକୁ ବାଧ୍ୟ ହୋଇଥିଲା । ଭୂକମ୍ପ ସମୟରେ ବିମାନଟି ଅବତରଣ କରିବାକୁ ବସିଥିଲା । ଫଳରେ ରନୱେରେ ଫାଟ ଦେଖାଦେଇଥିଲା । ବିମାନ ଚାଳକଙ୍କୁ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସମ୍ଭବ ହୋଇପାରିଲାନି । ବାଧ୍ୟ ହୋଇ ବିମାନ ଅବତରଣ ବାତିଲ ହୋଇଥିଲା । ଏପରି ପଦକ୍ଷେପ ନେବା ଜରୁରୀ ଥିଲା ବୋଲି କହିଛନ୍ତି ସିଟି ମେୟର । ଭୂମିକମ୍ପର ପରବର୍ତ୍ତୀ ଝଟକାରେ ବିମାନବନ୍ଦରରେ ଛାତର ଏକ ପ୍ୟାନେଲ୍ ଖସି ପଡିଥିଲା । ସେଠାରେ ଥିବା ଟର୍ମିନାଲର ଝରକାଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା । ବିମାନବନ୍ଦରରେ ଥିବା ଲୋକ ମଧ୍ୟ ଭୟଭୀତ ହୋଇପଡିଥିଲେ । ଭୂମିକମ୍ପ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଏକ ଶେଭ୍ରନ ରିଫାଇନାରୀ ସିଷ୍ଟମରେ ସମ୍ଭାବ୍ୟ ବିପଦରୁ ରକ୍ଷା ପାଇଁ ସୁରକ୍ଷା ଫ୍ଲେରିଂକୁ ସକ୍ରିୟ କରିଦେଇଥିଲା । ଏହି ସମୟରେ ୧୦୦ରୁ ଅଧିକ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ସ୍ଥଳପଥ, ଆକାଶପଥ ଓ ଜଳପଥ ଦେଇ ନିଜ ଅଧିନସ୍ଥ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଯାଂଚ କରିଥିଲେ ।

କାର୍ଲିଫର୍ଣ୍ଣିଆ ପାଇଁ ଭୂକମ୍ପ କିଛି ନୂଆ କଥା ନୁହେଁ । କିନ୍ତୁ ଭୂମିକମ୍ପ ବିଜ୍ଞାନୀ କହିଛନ୍ତି ପ୍ରଥମ ଝଟକା ଲସ୍ ଆଞ୍ଜେଲସରେ ଦୀର୍ଘ ଦିନ ପରେ ଅନୁଭୂତ ହୋଇଥିବା ବଡ ଭୂକମ୍ପ ଝଟକା । ଆମେରିକାର ପଶ୍ଚିମ ଉପକୂଳ ଅଂଚଳରେ ପୃଥିବୀର ଅନେକ ଭୂ-ଫଳକ ଏକତ୍ରିତ ହୋଇଥାଏ । ତେଣୁ ଏଠାରେ ଭୂକମ୍ପ ହେବା ସାଧାରଣ ଘଟଣା ବୋଲି ସେ କହିଛନ୍ତି । ୧କୋଟି ୮୦ ଲ କ୍ଷରୁ ଅଧିକ ଲୋକ ବସବାସ କରନ୍ତି ଏଠାରେ । ଏଠାରେ ବେଶ ଛୋଟ ଛୋଟ ଭୂକମ୍ପ ଆସେ । ତେବେ ବଡ ଧରଣର ଭୂକମ୍ପ ମଧ୍ୟରେ ୧୯୯୪ର ଭୂକମ୍ପ ହେଉଛି ଅନ୍ୟତମ । ଅନେକ ଲୋକ ପ୍ରାଣ ହରାଇଥିଲେ, ଅନେକ ଆହତ ହୋଇଥିଲେ । ଘରଦ୍ୱାର ଭିତ୍ତିଭୂମିର ବିପୁଳ କ୍ଷତି ହୋଇଥିଲା । ୧୯୦୬ରେ ସାନ୍ ଫ୍ରାନ୍ସିସ୍କୋ ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା । ସେଥିରେ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଏ । ଶକ୍ତିଶାଳୀ ଭୂକମ୍ପ ପରେ ସୃଷ୍ଟି ହୋଇଥିବା ଅଗ୍ନିକାଣ୍ଡରେ ଅନେକ ଜୀବନ ଯାଇଥିଲା ।

Leave A Reply

Your email address will not be published.