Latest Odisha News

BREAKING NEWS

ଆପଣଙ୍କ ଓଡ଼ିଶାକୁ ଜାଣନ୍ତୁ: ଟ୍ୱିଟ୍ କରି ପ୍ରଶ୍ନ ପଚାରିଲେ ନବୀନ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆର ଟ୍ୱିଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ତାଙ୍କର ଫଲୋଅର୍ସ ମାନଙ୍କୁ ଏକ ଫଟୋ ପୋଷ୍ଟ କରିବା ସହିତ ପ୍ରଶ୍ନ ପଚାରି ଚମକାଇ ଦେଇଛନ୍ତି । ଶାଗୁଆ ଧାନବିଲ ମଝିରେ ଥିବା ଏକ ରାସ୍ତାଟି କେଉଁ ଅଞ୍ଚଳର ବୋଲି ତାଙ୍କର ଫଲୋଅର୍ସ ମାନଙ୍କୁ ପଚାରିଥିଲେ ନବୀନ । ଏପରିକି ସେ ସନ୍ଧ୍ୟା ୬ଟା ସୁଦ୍ଧା ଏହି ପ୍ରଶ୍ନର ଉତ୍ତର ଦେବାକୁ ଟ୍ୱିଟ୍ କରିବା ପରେ ୟୁଜର୍ସମାନଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥିଲା ।

ଆକାଶମାର୍ଗରୁ ଉଠାଯାଇଥିବା ଫଟୋଟିରେ ଏକ ଦୀର୍ଘ ରାସ୍ତା ଯାଇଥିବାର ଦୃଶ୍ୟ ରହିଛି । ଏହି ରାସ୍ତାର ଦୁଇକଡ଼ରେ ରହିଛି ଶାଗୁଆ ଧାନବିଲ । ଏହି ଫଟୋ ସହିତ ନବୀନ ଟ୍ୱିଟ୍ କରିଛନ୍ତି ଯେ, “ଗାଁ ପାଖ ଦେଇ ଯାଇଥିବା ଏହି ଶାଗୁଆ ଧାନ ବିଲ ପରିବେଷ୍ଟିତ ରାସ୍ତାଟିର ନାମ ସନ୍ଧ୍ୟା ୬ଟା ପୂର୍ବରୁ କୁହନ୍ତୁ । ଆପଣଙ୍କ ଓଡ଼ିଶାକୁ ଜାଣନ୍ତୁ ।”

ନବୀନ ଏହି ଟ୍ୱିଟ୍ କରିବା ମାତ୍ରେ ତାଙ୍କର ଫଲୋଅର୍ସମାନେ ବହୁସଂଖ୍ୟାରେ ଉତ୍ତର ଦେବା ଆରମ୍ଭ କରିଥିଲେ । କିଛି ଟ୍ୱିଟର୍ ୟୁଜର୍ସ ଲେଖିଥିଲେ ଯେ, ଏହି ରାସ୍ତାଟି ନିର୍ମାଣାଧୀନ ରହିଛି ଏବଂ ଅନ୍ୟ କେତେକ ଲେଖିଥିଲେ ଏହି ରାସ୍ତା ସମ୍ପର୍କରେ ଆମେ ଆଦୌ ଅବଗତ ନୁହେଁ । ଏପରିକି କିଛି ଫଲୋଅର୍ସ ମୁଖ୍ୟମନ୍ତ୍ରୀଙ୍କୁ ଏହି ଫଟୋ ବାବଦରେ କିଛି ସୂଚନା ଦେବାକୁ ମଧ୍ୟ ଅନୁରୋଧ କରିଥିଲେ ।

ତେବେ ସନ୍ଧ୍ୟା ୬ଟା ବାଜିବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ୟୁଜର୍ସମାନଙ୍କୁ ଏଥିରେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଦେବା ସହିତ ସଠିକ୍ ଉତ୍ତର ମଧ୍ୟ ପ୍ରଦାନ କରିଥିଲେ ।

ଆକାଶମାର୍ଗରୁ ଉଠାଯାଇଥିବା ଏହି ଫଟୋଟି ଗଜପତି ଜିଲ୍ଲା ଅନ୍ତର୍ଗତ ମୁନିସିଂ ରୁ ଶେରଙ୍ଗ଼ ଯିବା ବାଟରେ ପଡ଼େ ।

“ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ଯେଉଁମାନେ ସଠିକ୍ ଉତ୍ତର ଦେଇପାରିଛନ୍ତି ସେମାନଙ୍କୁ ଅଭିନନ୍ଦନ । ଏହି ସୁନ୍ଦର ରାସ୍ତାଟି ଗଜପତି ଜିଲ୍ଲାର ମୁନିସିଂ ରୁ ସେରଙ୍ଗ ଯିବା ବାଟରେ ପଡ଼େ । ଆସନ୍ତୁ ଆମେ ଆମ ଓଡ଼ିଶାକୁ ବୁଲି ଦେଖିବା ।” ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିଲେ ।

Leave A Reply

Your email address will not be published.