କେନ୍ଦୁଝର: ପଳାଶପଙ୍ଗା ନିକଟସ୍ଥ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ଅଘଟଣ । କାର୍ଯ୍ୟ କରୁଥିବା ସମୟରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର । ଉଭୟଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ଅବସ୍ଥା ସଙ୍କଟାପନ୍ନ ରହିଛି ।
ସେମାନେହେଲେ କଲଣ୍ଡା ଗ୍ରାମର ସଂଜୟ ଗିରି ଓ ମୟୁରଭଞ୍ଜ ଜିଲ୍ଲାର ଚିନ୍ତାମଣି କଲା । କାରଖାନା ଭିତରେ କାମ କରୁଥିବା ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ କାମ କରିବା ସମୟରେ ଶ୍ରମିକମାନେ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ପିନ୍ଧିନଥିଲେ ।
SOP ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।
ଏପଟେ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ନାହିଁ ।
