Latest Odisha News

BREAKING NEWS

କରୋନା ଭାଇରସ: ଚୀନରେ୧୯୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୧୮୬୮ ଜୀବନ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦୦ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି । କରୋନା ଭାଇରସ ଯୋଗୁଁ ମୋଟ ୭୨ ହଜାର ୪୩୬ ଜଣ ସଂକ୍ରମଣର ଶିକାର ହୋଇଛଥିବା ସୂଚନା ଦେଇଛନ୍ତି ଚୀନ ସରକାର ।

ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ସହରର ସମସ୍ତ ସଡ଼କକୁ ବନ୍ଦ କରି ଦିଆଯାଇଛି । ସେହଭଳି ବେସରକାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।

ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଥିବାରୁ ବର୍ତ୍ତମାନ ସମୟରେ ଅନେକ ଦେଶ ଚୀନ ସହିତ ବାଣିଜ୍ୟିକ ଓ ଅନ୍ୟାନ୍ୟ ଯାତ୍ରା ସଂପର୍କ ରଖିବା ଉପରେ କଟକଣା ଜାରି କରିଛନ୍ତି ।

Leave A Reply

Your email address will not be published.