Latest Odisha News

BREAKING NEWS

ଚିକିତ୍ସାରେ ଅବହେଳା: ମହିଳାଙ୍କ ମୃତ୍ୟୁ ପରେ ବନ୍ଦ ହେଲା ପ୍ରାଇଭେଟ୍ ହସ୍ପିଟାଲ

ବ୍ରହ୍ମପୁର: ଚିକିତ୍ସାରେ ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ସହରର ଏକ ପ୍ରାଇଭେଟ ହସ୍ପିଟାଲକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଗୁରୁଦେବ ହସ୍ପିଟାଲରେ ପ୍ରଶାସନିକ ଅଧିକାରୀ ଚଢ଼ଉ କରିଥିଲେ ଓ ଶୁକ୍ରବାର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବନ୍ଦ କରିଦିଆଯାଇଛି ।

ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ ଐଶ୍ୱର୍ଯ୍ୟା ଦେବ(୨୪)ଙ୍କ ପେଟରେ ବ୍ୟଥା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ପେଟରେ ଆପେଣ୍ଡିସାଇଟିସ ହୋଇଥିବା ଜଣାପଡିଥିଲା । ତା’ପରେ ଡାକ୍ତର ଅପରେସନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ରାତି ଅପରେସନ ଥିଏଟରରୁ ବାହାର କରିବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଲୋକେ ଅଧିକ ପରିମାଣର ଏନେସ୍ଥେସିଆ ହିଁ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁର କାରଣ ବୋଲି କହିଥିଲେ । ସେମାନେ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଇବାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

ମୃତକଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ମାଡ ମାରିଥିଲେ । ଯାହାପରେ ହସ୍ପିଟାଲର ମାଲିକଙ୍କ ସହିତ ମୃତକଙ୍କ ସଂପର୍କୀୟଙ୍କୁ ପଚରାଉଚୁରା କରିବା ପାଇଁ ପୋଲିସ ହାଜତକୁ ନେଇଥିଲା ।

Leave A Reply

Your email address will not be published.