Latest Odisha News

BREAKING NEWS

ଲାଲୁଙ୍କ ଦୁଇ ପୁଅ ପୁଣି ଏକାଠି ହେଲେ, ଦୋଷା ଖାଇଲେ

ପାଟନା: ଲାଲୁ ଯାଦବ ପରିବାରରେ ସର୍ବଦା ଭିନ୍ନ ଭିନ୍ନ ନାଟକ ଦେଖିବାକୁ ମିଳିଥାଏ । ଗତ ବିହାର ନିର୍ବାଚନ ପରଠାରୁ ତେଜସ୍ୱୀ ଓ ତେଜପ୍ରତାପ ଯାଦବ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏବେ ଉଭୟ ରାଗରୁଷା ଭୁଲି ପୁନଃ ଏକତ୍ର ହୋଇଛନ୍ତି । ଦୀର୍ଘ ଦିନ ପରେ  ତାଙ୍କ ପାଖରେ ଦେଖିବାକୁ ମିଳିଛି ଭାତୃପ୍ରୀତି।  ତେଜପ୍ରତାପ ନିଜର ସାନ ଭାଇକୁ  ଖୁଆଉଥିବା ଦୋଷା ଫଟୋ ଏବେ ଚର୍ଚ୍ଚାର କାରଣ ହୋଇଛି ।

ବିହାର ବିଧାନସଭାରେ ଶୁକ୍ରବାର ଦୁଇ ଭାଇଙ୍କର ସମ୍ପୂର୍ଣ୍ଣ ନିଆରା ଫଟୋ ଦେଖିବାକୁ ମିଳିଥିଲା  ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ଏକାଠି ବସି କ୍ୟାଣ୍ଟିନରେ ମସାଲା ଦୋଷା ଖାଇବାକୁ ଅର୍ଡର ଦେଇଥିଲେ। ତେବେ ଦୁହିଁଙ୍କର ଯେତେବେଳେ ମସାଲା ଦୋସା ଆସିଥିଲା ବଡ ଭାଇ ତେଜପ୍ରତାପ କିନ୍ତୁ ସାନ ଭାଇକୁ ନିଜ ହାତରେ ଖୁଆଇ ଦେଇଥିଲେ।

Comments are closed.