Latest Odisha News

BREAKING NEWS

ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୪ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବିଜେଡି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜେଡି ଦଳ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟଙ୍କୁ କରଞ୍ଜିଆ ଓ ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସେହିଭଳି, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ, ଭଦ୍ରକର ବିଧାୟକ ସଞ୍ଜିବ ମଲ୍ଳିକଙ୍କୁ ଉଦଳା ଓ ବଡସାହି ନିର୍ବାଚନ ମଣ୍ଡଳୀ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.