ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ ଏପି ସିଂହ କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବୁ ।
ସୂଚନା ଯୋଗ୍ୟ ଯେ, ନିର୍ଭୟା ଦୋଷୀ ପବନ ଗୁପ୍ତା ଫାଶୀ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବାକୁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା । ତେବେ ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଅନ୍ୟ ୩ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ଏବେ ନଜର କେବଳ ପଟିଆଲା ହାଉସ କୋର୍ଟଙ୍କ ଉପରେ । ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ତେବେ ପୂର୍ବରୁ ୨ଥର ଡେଥ୍ ୱାରେଂଟ ଜାରି କରାଯାଇଥିଲେ ମଧ୍ୟ ଫାଶୀ ହୋଇପାରି ନାହିଁ ।
BREAKING NEWS
- କାକଟପୁରର ମା’ ମଙ୍ଗଳା ଓ ମୟୂରଭଞ୍ଜର କୀଚକେଶ୍ବରୀ ମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
- ରାଜ୍ୟର ୫୮ଟି ସବଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା
- କାର୍ଯ୍ୟରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
- ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ!
- ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ
- ସରିଲା ଶୀତକାଳୀନ ହାତୀ ଗଣନା, ସନ୍ଧ୍ୟାରେ ଆସିବ ରିପୋର୍ଟ
- ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନ; କିଭଳି ଚାଲିବ ଗୃହ ତା’ଉପରେ ନଜର
- ଆସୁଛି ବାତ୍ୟା ‘ପେଙ୍ଗାଲ’; ଆଜି ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ ଗଭୀର ଅବପାତ
- ରାଜ୍ୟରେ ଶୀତର ଲହରି; ୩ ଦିନ ପରେ ବଢିବ ତାପମାତ୍ରା
Comments are closed.