ଭୁବନେଶ୍ୱର: ଆମ୍ବଲାନ୍ସ ପାଇଁ ଅଟକିଲା ନବୀନଙ୍କ କାର୍କେଡ୍ । ପୁଣି ଥରେ ଆମ୍ବୁଲାନ୍ସ ପାଇଁ ବାଟ ଛାଡି ଉଦହାରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ନିଜ ଗାଡିକୁ ଅଟକାଇ ଆମ୍ବୁଲାନ୍ସକୁ ପ୍ରଥମେ ଯିବାକୁ ରାସ୍ତା ଦେଇଥିଲେ ନବୀନ ।
ଏଦୃଶ୍ୟ ଟ୍ରାଫିକ୍ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡିଥିଲା । ତେବେ ମୁଖ୍ୟମନ୍ତ୍ରୀ କେତେ ସଚେତନ ଏହି ଘଟଣା ପରେ ପୂରା ସ୍ପଷ୍ଟ ହୋଇଯାଇଛି ।
ନିକଟରେ ଆମ୍ବୁଲାନ୍ସ ଭିଡରେ ଫଶିବା ଯୋଗୁଁ ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଏହାପରେ ରାଜଧାନୀ ଟ୍ରାଫିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠିଥିଲା । କମିଶନରେଟ ପୋଲିସ ଏଥିଲାଗି ଆଡଭାଇଜରୀ ଜାରି କରି ବାମ ପଟ ରାସ୍ତାକୁ ଆମ୍ବୁଲାନ୍ସ ପାଇଁ ଖାଲି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ରବିବାର ସାରା ରାଜ୍ୟରେ ସଂଶୋଧିତ ଟ୍ରାଫିକ ଆଇନ ଲାଗୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାମକୁ ନେଇ ପୂରା ରାଜ୍ୟବାସୀ ପ୍ରଂଶସା କରିଛନ୍ତି ।
BREAKING NEWS
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
- ଗିଲଙ୍କୁ ଭୁଲିଗଲେ ଅଶ୍ୱୀନ, ପରେ ମାଗିଲେ କ୍ଷମା
- ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Comments are closed.