Latest Odisha News

BREAKING NEWS

ଦିଲ୍ଲୀ ହିଂସା ପଛରେ ବାଂଲାଦେଶୀ ନାଗରିକ !

ନୂଆଦିଲ୍ଲୀ:ଦିଲ୍ଲୀର ଉତର-ପୂର୍ବାଂଚଳରେ କାହିଁକି ଏ ଭଳି ହିଂସା କାଣ୍ଡ ଘଟିଲା ସେଥିନେଇ ପୋଲିସ ତଦନ୍ତ ଜୋର ସୋରରେ ଚଲାଇଛି । ଏହା ମଧ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶଙ୍କ ଏଥିରେ ହାତ ଥିବା ସନେ୍ଦହ କରିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ହିଂସା ହୋଇଥିବା ଅଂଚଳଗୁଡିକରେ ବାଂଲାଦେଶୀମାନେ ମଧ୍ୟ ରୁହନ୍ତି । ପୋଲିସ ମତରେ ଶାହୀନବାଗ, ତୁଗଲକାବାଦ, ଜାମିୟା, ଜାମା ମସଜିଦ ଅଂଚଳରେ ସିଏଏକୁ ତୀବ୍ର ବିରୋଧ କରାଯାଉଥିଲେ ମଧ୍ୟ ସେଠାରେ ବିଶେଷ ହିଂସା ଘଟି ନ ଥିଲା । ନୂତନ ନିୟମ ଦ୍ୱାରା ଅନୁପ୍ରବେଶକାରୀ ବାଂଲାଦେଶୀ ବିଶେଷ ଅସୁବିଧାରେ ସମ୍ମୁଖୀନ ହେବାକୁ ଥିବାରୁ ସେମାନେ ଏହି ପନ୍ଥା ଆପଣାଇଥିବା ଅନୁମାନ କରାଯାଉଛି ।

ବାଂଲାଦେଶର ଅନେକ ଅପରାଧୀ ଲୋନୀ, ଗାଜିୟାବାଦ ଓ ନୋଏଡା ଅଂଚଳରେ ଅଂଚଳରେ ଲୁଚି କରି ଅଛନ୍ତି । ପୋଲିସ ସ୍ଥାନୀୟ ଲୋକଙ୍କ ମୋବାଇଲ ଏବଂ ସିସିଟିଭି ଫୁଟେଜକୁ ଭଲ ଭାବେ ଅନୁଧ୍ୟାନ କରୁଛି ।

Leave A Reply

Your email address will not be published.