ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।
ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରବାସୀ କେବଳ ୨-ଜି ସ୍ପିଡ୍ରେ ଇଂଟରନେଟ ବ୍ୟବହାର କରିପାରିବେ । ଏଥିସହ ନିଜ ନିଜ ସୋସିଆଲ ମିଡିଆ ଆକାଉଂଟକୁ ମଧ୍ୟ ବ୍ୟବହାର କରିବା ସହ କାର୍ଯ୍ୟକ୍ଷମ କରିପାରିବେ ।
କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମିରବାସୀ ନିଜ ନିଜ ଲ୍ୟାଣ୍ଡଲାଇନ୍ ଫୋନ୍ର ମଧ୍ୟ ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ପ୍ରଶାସନଠାରୁ ଏକ ଅନୁମତି ପତ୍ର ଆଣିବାକୁ ପଡିବ । ସେହିପରି ପୋଷ୍ଟ ପେଡ୍ ସିମ୍ ବ୍ୟବହାରକାରୀ ସିଧାସଳଖ ଇଂଟରନେଟ୍ ସେବା ପାଇବେ । ହେଲେ ପ୍ରି-ପେଡ୍ ସିମ୍ ବ୍ୟବହାରକାରୀଙ୍କୁ ଯାଂଚ ପରେ ଇଂଟରନେଟ୍ ସୁବିଧା ମିଳିବ ଜାରି ହୋଇଥିବା ବୋଲି ବିଜ୍ଞାପ୍ତିରେ କୁହାଯାଇଛି ।
BREAKING NEWS
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ
- ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା
- ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
Comments are closed.