ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା । ଶେଷରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ, ବିବାହ ମଣ୍ଡପରୁ ୪ ଲକ୍ଷ ଟଙ୍କାର ଗିଫ୍ଟ ଚୋରି ନେଇ ୨୦୧୯ ମସିହାରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ଏହା ପରେ ଗାଡି ସର୍ଭିସିଂ ସେଂଟରୁ ଆଜି ତାକୁ ପୋଲିସ ଧରିଛି । ତା ନିକଟରୁ ୪ ଲକ୍ଷ ଟଙ୍କା, ସୁନା, ରୂପା ଓ ଦୁଇଟି ବାଇକକୁ ଜବତ କରିଛି । ସେକ୍ ଅବଦୁଲ ସହ ଆଉ କେତେ ଜଣ ଗ୍ୟାଙ୍ଗର ଏଥିରେ ଲିଙ୍କ ରହିଛି ସେନେଇ ତାକୁ ପଚରାଉଚରା ଜାରି ରଖିଛି ପୋଲିସ ।
BREAKING NEWS
- ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର
- ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି
- ‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’
- ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା
- ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !
- ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?
- କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ
- ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ
- ‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି କର୍ମୀ’