ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ସମ୍ପର୍କରେ ।
ମୁନ୍ନା ଖାଁ:- ଅଭିନେତାରୁ ନେତା ସାଜିଥିବା ମୁନ୍ନା ଖାଁ ବିଜେଡିର ସଂଖ୍ୟାଲଘୁ ନେତା ଭାବେ ବେଶ୍ ପରିଚିତ । ଏବେ ସେ ବିଜେଡିର ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ଅଛନ୍ତି । ଏଥିସହ ସେ ସମାଜସେବୀ ଭାବେ ମଧ୍ୟ ବେଶ ଜଣାଶୁଣା । ଏହା ପୂର୍ବରୁ ସେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ଥିଲେ।
ସୁବାସ ସିଂ:- ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ସେ ହେଉଛନ୍ତି ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ଚେୟାରମ୍ୟାନ୍ । ତେବେ ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା କରିବା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ସାରିଛନ୍ତି । ସେ ପୂର୍ବରୁ ବିଜୁ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲେ ।
ସୁଜିତ କୁମାର:- ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନିକ ଦାୟିତ୍ୱ ତୁଲାଉଛନ୍ତି ସୁଜିତ କୁମାର । ସେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଅଛନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ କରିଛନ୍ତି । ଏଥିସହ ହାୱର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ୍ମିନିଷ୍ଟ୍ରେସନରେ ସ୍ନାତକୋତ୍ତର କରିଛନ୍ତି ।
ମମତା ମହନ୍ତ:-ମୟୁରଭଂଜ ଜିଲ୍ଲା ମହିଳା ସଂଗଠନର ସଦସ୍ୟା ମମତା ମହନ୍ତ । ଜିଲ୍ଲାରେ ମହିଳା ସ୍ୱଂୟ ସାହାୟିକା ଗୋଷ୍ଠୀର ସେ ନେତୃତ୍ୱ ନେଉଛନ୍ତି । ମୟୁରଭଂଜ ଭଳି ଆଦିବାସୀ ଜିଲ୍ଲାର ମହିଳାଙ୍କ ସଶକ୍ତିକରଣ ପାଇଁ ଦୀର୍ଘ ଦିନ ହେବ କାମ କରୁଛନ୍ତି ମମତା । ସେଲ୍ଫ ହେଲ୍ପ ଗ୍ରୁପ ସ୍ଥାପନ ଓ ସଫଳ ପରିଚାଳନାରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି ।
BREAKING NEWS
- ମୃତ ଶିଶୁକନ୍ୟାକୁ ମେଡିକାଲ୍ରେ ଛାଡ଼ି ଦୁର୍ବୃତ୍ତ ଚମ୍ପଟ୍
- ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ ଆହ୍ୱାନ
- ଚ୍ୟାଲେଜିଂ ହେବ ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ଦ୍ୱିତୀୟ ପାଳି
- ଆଇଏଫଏସ୍ ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ
- କାହିଁକି ମନୋଜ ଆହୁଜା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ?
- ଦୀର୍ଘ ୧୦ ବର୍ଷ ପରେ ଲୋକସଭାରେ ବିରୋଧୀ ଦଳର ନେତା ହେଲେ ରାହୁଲ୍ ଗାନ୍ଧୀ
- ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ
- ‘ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ’
- ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ
- ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା, ବିଜେଡି ନେତାଙ୍କ ଘରେ ପୋଲିସ