Latest Odisha News

BREAKING NEWS

କେରଳ ପରେ ଚେନ୍ନାଇରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । ରବିବାର ଦିନ କେରଳରେ ୫ କରୋନା ରୋଗୀଙ୍କ ନମୂନା ପଜିଟିଭ ଆସିଛି । ଏହା ବ୍ୟତୀତ ଚେନ୍ନାଇର ଜଣେ ରୋଗୀଙ୍କ ନମୂନା ମଧ୍ୟ ପଜିଟିଭ ଆସିଥିବା ଜଣାପଡିଛି । ତାମିଲନାଡୁର ଏହି ବ୍ୟକ୍ତି ଶନିବାର ଦିନ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଥିଲା ।

ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର ଏକ ସ୍ଥାନୀୟ ମେଡିକାଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.