ମୁମ୍ବାଇ: ଏଥର ଆଡଭେଂଚରସ୍ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ନଜର ଆସିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ନିକଟରେ ଏହାର ଟିଜର ରିଲିଜ ହୋଇଛି । ଏହି ଟିଜରକୁ ଶୋ’ର ହୋଷ୍ଟ ବେୟାର ଗ୍ରିଲ୍ସ ନିଜ ଟ୍ୱିଟ୍ରରେ ସେୟାର କରିଛନ୍ତି ।
Superstar @Rajinikanth’s relentless positivity and never giving up spirit was so visible in the wild as he embraced every challenge thrown at him. Respect! Watch Into The Wild with @BearGrylls on March 23 at 8:00 pm. @DiscoveryIN #ThalaivaOnDiscovery pic.twitter.com/s9PodYGv05
— Bear Grylls (@BearGrylls) March 9, 2020
ଏହି ଟିଜରରେ ସାଉଥ ଥଲାଇବା ରଜନୀକାନ୍ତଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ତାଙ୍କ ଲୁକ୍ସକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ବିୟର ଗ୍ରିଲ୍ସଙ୍କ ସହ ରଜନୀକାନ୍ତ ଜଙ୍ଗଲରେ ବୁଲୁ ଥିବା ସହ ଷ୍ଟଂଟ ସିନ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଟିଜରରେ ତାଙ୍କର ସିଗ୍ନେଚର ଷ୍ଟାଇଲ ତଥା ତାଙ୍କ ଚଷମା ପିନ୍ଧା ଷ୍ଟାଇଲ୍ ଭାଇରାଲ ହୋଇଛି ।
ବିୟର ଗ୍ରିଲ୍ସ ଟ୍ୱିଟରରେ ଟିଜରକୁ ସେୟାର କରି ଲେଖିଛନ୍ତି ଯେ, ରଜନୀକାନ୍ତ ଜଣେ ସକରାତ୍ମକ ଚିନ୍ତାଧାରା ବ୍ୟକ୍ତି । କେବେ ହାର ନମାନିବା ଭଳି ଜୋଶ ତାଙ୍କଠାରେ ଦେଖିବାକୁ ମଳିିବ । ଆସନ୍ତା ମାର୍ଚ୍ଚ ୨୩ ତାରିଖ ରାତି ୮ଟାରେ ଡିସ୍କୋଭରି ଚ୍ୟାନେଲରେ ଏହି ଶୋ’କୁ ଆପଣ ଦେଖିପାରିବେ ବୋଲି ସେ ଲେଖିଛନ୍ତି ।
Comments are closed.