ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠ ଚୈତ୍ର ପର୍ବ ଲାଗି ଚଳଚଞ୍ଚଳ ହୋଇ ଉଠିଛି । ଆଜିଠାରୁ ମାଆ ତାରା ତାରିଣୀ ପୀଠରେ ଏହି ପର୍ବ ଆରମ୍ଭ ହୋଇଛି ।
ଏହି ଅବସରରେ ତାରା ତାରିଣୀ ମନ୍ଦିର ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଛି । ମନ୍ଦିରର ଏହି ସୌନ୍ଦର୍ଯ୍ୟକୁ ହଜାର ହଜାର ଶ୍ରଦ୍ଦାଳୁ ଉପଭୋଗ କରିଛନ୍ତି ।
ପବିତ୍ର ଚୈତ୍ର ପର୍ବ ଉପଲକ୍ଷେ ମା’ ତାରାତାରିଣୀଙ୍କ ପୀଠ ସଜେଇ ହୋଇ ବେଶ ମନୋରମ ଲାଗୁଛି। ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଭେଟିଦେବ। pic.twitter.com/FW8F0tJdaT
— Naveen Patnaik (@Naveen_Odisha) March 10, 2020
ଏଠାରେ ପାଳିତ ହେଉଥିବା ଏହି ପ୍ରସିଦ୍ଧ ପବ୍ର ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ହଜାର ହଜାର ମାନସିକଧାରୀ ମା’ଙ୍କ ନିକଟରେ ମନସ୍କାମନା ପୂର୍ଣ୍ଣ ଲାଗି ଚୁଟି ପକାଇ ଥାଆନ୍ତି ।
ଚୈତ୍ରର ଆଜି ଏହି ମଙ୍ଗଳବାର ଦିନ ଏହି ଶକ୍ତି ପୀଠ ଅପୂର୍ବ ଆଲୋକମାଳାରେ ରଙ୍ଗୀନ ହୋଇ ଉଠିିଥିଲା । ରଙ୍ଗୀନ ଆଲୋକମାଳାରେ ମନ୍ଦିର ସଜ୍ଜିତ ହୋଇଥିବା ଯୋଗୁଁ ଏହାର ଶୋଭା ଦ୍ୱିଗୁଣିତ ହୋଇଛି ।
Comments are closed.