Latest Odisha News

ମାର୍ଚ୍ଚ ୨୦ ରେ କିପରି ଡାଉନଲୋଡ଼ କରିବେ ନିଜ ଜେଇଇ ମେନ ଆଡ଼ମିଟ କାର୍ଡ, ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ରେ jeemain.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ଏହି ପରୀକ୍ଷା ଆସନ୍ତା ଏପ୍ରିଲ୍ ୫, ୭, ୯ ଏବଂ ୧୧ ରେ ଅନୁଷ୍ଠିତ ହେବ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ନାଟ୍) ଅନୁଯାୟୀ ପଞ୍ଜୀକୃତ ପାର୍ଥି ମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ସେମାନଙ୍କ ପଞ୍ଜୀକରଣ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପ୍ରାର୍ଥୀଙ୍କ ପୋର୍ଟାଲରେ ଲଗଇନ୍ କରିବାକୁ ପଡିବ।

ନାଟ୍ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲରେ ହେବାକୁ ଥିବା ଜେଇ ମେନ୍ ପରୀକ୍ଷା କମ୍ପ୍ୟୁଟର-ଆଧାରିତ (ସିବିଟି) ହେବ । କେବଳ ଡ୍ରଇଂ ଟେଷ୍ଟ ବ୍ୟତୀତ । ଏହି ଡ୍ରଇଂ ଟେଷ୍ଟ “ପେନ୍ ଏବଂ ପେପର”ରେ ଅଫଲାଇନ୍ ମୋଡ୍ ରେ ହେବା ନେଇ ସୂଚନା ମିଳିଛି ।

ଆଇଆଇଟି ସ୍ନାତକୋତ୍ତର ପ୍ରୋଗ୍ରାମରେ ଆଡମିଶନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଜେଇ ମେନ ପରୀକ୍ଷାର ବି.ଇ/ବି.ଟେକ ପେପର ଦେବାକୁ ପଡିବ ।

ପରୀକ୍ଷାର କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଯୋଗ୍ୟ ପ୍ରାର୍ଥୀଙ୍କୁ ମେ ୧୭ ରେ ଜେଇ ଆଡଭାନ୍ସ ଟେଷ୍ଟ କ୍ଲିଅର କରିବାକୁ ପଡିବ ।

ପରୀକ୍ଷାର୍ଥୀମାନେ ମେ ୧ ରୁ ୬ ତାରିଖ ମଧ୍ୟରେ ଯେଉଁ ଆଡଭାନ୍ସ ପାଇଁ ଅନଲାଇନରେ ପଞ୍ଜୀକୃତ କରିପାରିବେ ।

ବିଭିନ୍ନ ଆଇଆଇଟିରେ ଆଡମିଶନ ସେମାନଙ୍କ କ୍ୟାଟାଗୋରି ଅନୁଯାୟୀ ଅଲ ଇଣ୍ଡିଆ ରାଙ୍କ ଉପରେ ଜେଇ ଆଡଭାନ୍ସ ଉପରେ ଆଧାରିତ ହେବ ।

Leave A Reply

Your email address will not be published.