Latest Odisha News

BREAKING NEWS

ଜନଗଣନା ପ୍ରକ୍ରିୟା ସ୍ଥଗିତ ଲାଗି ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦେଶରେ ଜନଗଣନା ତଥା ତତସମ୍ବନ୍ଧୀୟ ଗଣନାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଉକ୍ତ ପତ୍ରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଉଲ୍ଲେଖ କରିଛନ୍ତି, “ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ମଧ୍ୟରେ ପ୍ରାୟ ୪୫ ଦିନ ଧରି ଗୃହ ତାଲିକା, ଗୃହ ଜନଗଣନା ଏବଂ ଜନସଂଖ୍ୟା ପଞ୍ଜିକା ଅପଡେଟ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା।

ତେବେ କରୋନାଭାଇରସ ପ୍ରଭାବରେ ଫିଲ୍ଡ ୱାର୍କରମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.