Latest Odisha News

BREAKING NEWS

ବସ୍ ଭଡ଼ା ବଢିଲା

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଶନିବାରଠୁ ବସ୍ ଭଡ଼ା ବୃଦ୍ଧି ହେଲା । ଓଡ଼ିଶାର ସମସ୍ତ ସ୍ଥାନରେ ଏହି ବସ୍ ଭଡ଼ା ବୃଦ୍ଧି ହୋଇଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି ।

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ବର୍ଦ୍ଧିତ ଦର ଉଲ୍ଲେଖ କରାଯାଇଛି । ବସ ଭଡ଼ା କିଲୋମିଟର ପିଛା ୨ ପଇସାରୁ ୪ ପଇସା କରି ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଏବଂ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ଘଟିଛି । ତେବେ ଡ଼ିଲକ୍ସ ଏବଂ ଏସି ଡ଼ିଲକ୍ସ ବସ କିଲୋମିଟର ପିଛା ୪ ପଇସା ବଢିଥିବାର ସୂଚନା ମିଳିଛି ।

ତେଣୁ ଏହି ବର୍ଦ୍ଧିତ ବସ୍ ଭଡ଼ା ଯୋଗୁଁ କିମି. ପିଛା ୭୦ ପଇସା ଥିବା ଅର୍ଡ଼ିନାରୀ ବସ ଭଡ଼ା ବଢି ୭୨ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ ପଇସା ଥିବା ବେଳେ ଏବେ ଏହା ୭୫ ପଇସା ହୋଇଛି ।

ଡ଼ିଲକ୍ସ ବସ ଭଡ଼ା କିଲୋମିଟରକୁ ୧୦୧ ପଇସା ଥିବା ବେଳେ ଏହା ବଢି ୧୦୫ ପଇସା ହୋଇଛି । ସେହିପରି ଏସି ଡ଼ିଲକ୍ସ ବସ୍ କିଲୋମିଟର ପିଛା ୧୨୩ ପଇସା ଥିବା ବେଳେ ଏହା ବୃଦ୍ଧି ଘଟି ୧ଟଙ୍କା ୨୭ ପଇସା ହୋଇଛି ।

ତେବେ ଅତ୍ୟଧିକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଏହି ବସ୍ ଭଡ଼ା ବୃଦ୍ଧି ହୋଇଥିବା ରାଜ୍ୟ ସରକାର କହିଛନ୍ତି ।

Leave A Reply

Your email address will not be published.