Latest Odisha News

BREAKING NEWS

କରୋନା ସତର୍କତା: ଏୟାରଲାଇନ୍ସ ପାଇଁ ଗାଇଡଲାଇନ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ: ଭାରତରେ କରୋନାର ଭୟାବହତା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଗାଇଡଲାଇନ ଜାରି ହୋଇଛି । ଡିଜିସିଏ(ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ମଧ୍ୟ ସମସ୍ତ ଏୟାରଲାଇନ୍ସ ଏବଂ ବିମାନ ଅପରେଟରଙ୍କ ପାଇଁ ସାମାଜିକ ଦୂରତା ବଜାୟ ରଖିବା ନେଇ ଗାଇଡଲାଇନ ଜାରି କରିଛି ।

ଡିଜିସିଏ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ଗୁଡିକ ହେଲା-

– ବିମାନରେ ଯାତ୍ରୀମାନେ ପରସ୍ପର ମଧ୍ୟରେ ଗୋଟିଏ ସ୍ଥାନ ଛାଡି ବସିବେ ।

-ବିମାନକୁ ପ୍ରବେଶ ପୂର୍ବରୁ ବିମାନର କର୍ମଚାରୀ ଓ ଯାତ୍ରୀମାନଙ୍କୁ ସାନିଟାଇଜର ଉପଲବ୍ଧ କରାଇବାକୁ ନିଦେ୍ର୍ଧଶ ଅଛି ।

-କ୍ୟାବିନ କ୍ର୍ୟୁମାନଙ୍କୁ ମଧ୍ୟ ଯାତ୍ରୀମାନଙ୍କୁ ସେବା ପ୍ରଦାନ ସମୟରେ ଆବଶ୍ୟକୀୟ ଦୂରତା ବଜାୟ ରଖିବେ ।

-ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ସମୟରେ ବିମାନ କର୍ମଚାରୀ ଯାତ୍ରୀଙ୍କୁ ଗାଇଡଲାଇନ ବିଷୟରେ ଜଣାଇବେ ।

-ବୋର୍ଡିଂ ଲାଇନରେ ଯାତ୍ରୀମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନକୁ ବିମାନ କର୍ମଚାରୀ ନଜର ରଖିବେ ।

-ବିମାନର ପ୍ରବେଶ ଦ୍ୱାରରେ କର୍ମଚାରୀ ଓ ଯାତ୍ରୀଙ୍କ ପାଇଁ ଯଥେଷ୍ଟ ପରିମାଣର ସାନିଟାଇଜର ରହିବ ।

ଏହା ବ୍ୟତୀତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନ୍ୟ ଉପଯୁକ୍ତ ଉପାୟ ବିଚାର କରାଯିବ ବୋଲି ଡିଜିସିଏ କହିଛି ।

Leave A Reply

Your email address will not be published.